ଗଣ୍ଠି ଦରଜ ହେଉଥିଲେ ଆପଣାନ୍ତୁ କିଛି ଟିପ୍ସ

ଶୀତଦିନେ ଅଧିକାଂଶ ଲୋକଙ୍କ ଗଣ୍ଠି ଦରଜ ହୋଇଥାଏ। ଔଷଧ ସେବନ ନ କରି କିଛି ଟିପ୍ସ ଆପଣାଇଲେ ଏଥିରୁ ମୁକ୍ତି ପାଇପାରିବେ ବୋଲି ବରିଷ୍ଠ ପ୍ରତ୍ୟାରୋପଣ ସର୍ଜନ ଡାକ୍ତର ଅଖିଳେଶ ଯାଦବ କହିଛନ୍ତି। ଜାଣନ୍ତୁ ଏ ସମ୍ପର୍କରେ…

ପ୍ରାତଃ ଭ୍ରମଣ: ଶୀତଦିନେ ଗଣ୍ଠି ଦରଜ ହେଉଥିଲେ ପ୍ରାତଃ ଭ୍ରମଣ ସବୁଠୁ ଭଲ। ସକାଳୁ ଚାଲିବା ଦ୍ୱାରା ଉଭୟ ଶାରୀରିକ ଏବଂ ମାନସିକ ଶକ୍ତି ବୃଦ୍ଧି ପାଇଥାଏ। ଅତି କମ୍‌ରେ ପ୍ରତିଦିନ ୩ କିଲୋମିଟର ଦୌଡ଼ିବା ଉଚିତ୍‌। ଏହାଦ୍ୱାରା ହାଡ଼ ମଜଭୁତ ହେବା ସହ ଦରଜ ସମସ୍ୟାରୁ ମୁକ୍ତି ମିଳିବ।

ଭିଟାମିନ୍‌ ଯୁକ୍ତ ଖାଦ୍ୟ ଖାଆନ୍ତୁ:
ଶୀତଦିନେ ପ୍ରଚୁର ପରିମାଣର କ୍ୟାଲସିୟମ, ଭିଟାମିନ୍‌ ଡି’ ଜାତୀୟ ଖାଦ୍ୟ ଖାଆନ୍ତୁ। ଯେଉଁଥିରେ ପୋଷକ ତତ୍ତ୍ୱ ରହିଛି ସେସବୁ ଖାଦ୍ୟ ଖାଇବାକୁ ଆଦୌ ଭୁଲନ୍ତୁ ନାହିଁ। କ୍ଷୀର, ଦହି, ବ୍ରୋକଲି, ସବୁଜ ପନିପରିବା, ସୋୟା, ବାଦାମ ଆଦି ପର୍ଯ୍ୟାପ୍ତ ପରିମାଣରେ ଖାଆନ୍ତୁ।

ଗରମ ପାଣିରେ ଗାଧାନ୍ତୁ:
ଶୀତଦିନରେ ଉଷୁମ ବା ଗରମ ପାଣିରେ ଗାଧୋଇଲେ ଗଣ୍ଠି ଦରଜ କମିଥାଏ। ସୋରିଷ କିମ୍ବା ରାଶି ତେଲ ଦେହରେ ମାଲିସ କରି ଗାଧୋଇଲେ ବହୁ ଉପକାର ମିଳିଥାଏ। ଯେଉଁ ସ୍ଥାନରେ ଦରଜ ହୋଇଥାଏ ତେଲ ମାଲିସ କଲେ ଆରାମ ମିଳିଥାଏ।