ପ୍ରାୟ ସମସ୍ତଙ୍କୁ ଶାଗ ଖାଇବା ପସନ୍ଦ। ଅନେକ ଉପାଦେୟ ଗୁଣରେ ଭରପୂର ଥାଏ ଶାଗ। କେଶ ସମସ୍ୟାରୁ ନାନାଦି ରୋଗ ପାଇଁ ଶାଗ ଖାଇବା ଲାଭଦାୟକ। ତେବେ ମେଥି ଶାଗ ଖାଇବା ଅନେକ ସମସ୍ୟାରୁ ମୁକ୍ତି ମିଳିଥାଏ। ମେଥି ଶାଗ ଓ ମେଥି ଉଭୟ ସ୍ବାସ୍ଥ୍ୟ ଉପକାରୀ ହୋଇଥାଏ। ଜାଣନ୍ତୁ ସେ ସମ୍ପର୍କରେ।
ମେଥି ଶାଗ ଖାଇଲେ ଗ୍ୟାସ, ପେଟ ସମସ୍ୟା ଓ କୋଷ୍ଠ କାଠିନ୍ୟ ଦୂର ହୋଇଥାଏ।
ମେଥି ଶାଗ ହଜମ ପ୍ରକ୍ରିୟାକୁ ସହଜ କରିଥାଏ।
ଏହା ଗଣ୍ଠି ଯନ୍ତ୍ରଣାରୁ ମୁକ୍ତି ଦେଇଥାଏ।
ଏହାର ପତ୍ରକୁ ବାଟି କେଶରେ ଲଗାଇବା ଫଳରେ କେଶ ଶକ୍ତ ହୋଇଥାଏ।
ପେଟରେ ଯନ୍ତ୍ରଣା ହେଉଥିଲେ ମେଥି ଗୁଣ୍ଡକୁ ଖାଇବା ପରେ ଏହା ଦୂର ହୋଇଥାଏ। ଛୋଟ ପିଲାଙ୍କୁ ମେଥି ରସ ପିଇବାକୁ ଦେଲେ ଏହି ସମସ୍ୟାରୁ ମୁକ୍ତି ମିଳିଥାଏ।