ଗଣ୍ଡଗୋଳ ବେଳେ ଗର୍ଭବତୀ ଆହତ ଅଭିଯୋଗ: ମୃତ ଶିଶୁ ଜନ୍ମ ପରେ ସ୍ବାସ୍ଥ୍ୟକେନ୍ଦ୍ରରେ ଉତ୍ତେଜନା

ଦାରିଙ୍ଗବାଡ଼ି,୮।୧୧(ଡି.ଏନ.ଏ)-ଦାରିଙ୍ଗବାଡ଼ି ଥାନା ପଞ୍ଚୁପଲ୍ଲି ଗ୍ରାମରେ ଜମିବାଡ଼ିକୁ ନେଇ ଶୁକ୍ରବାର ଗଣ୍ଡଗୋଳ ହୋଇଥିଲା। ଏଥିରେ ଜଣେ ଗର୍ଭବତୀ ରୋଜି ବଳିଆର ସିଂ ଆହତ ହୋଇଥିବା ଥାନାରେ ଅଭିଯୋଗ ହୋଇଥିଲା। ରୋଜିଙ୍କୁ ପ୍ରଥମେ ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ପରେ ବାଲିଗୁଡ଼ା ଉପଖଣ୍ଡ ସ୍ବାସ୍ଥ୍ୟକେନ୍ଦ୍ର ଓ ଅବସ୍ଥା ଗୁରୁତର ହେବାରୁ ବୁଧବାର ଜିଲା ମୁଖ୍ୟ ଚିକିତ୍ସାଳୟ ଫୁଲବାଣୀକୁ ନିଆଯାଇଥିଲା। ସେଠାରେ ସେ ଏକ ମୃତ ଶିଶୁପୁତ୍ର ଜନ୍ମ ଦେଇଥିଲେ। ମୃତ ଶିଶୁକୁ ନେଇ ପରିବାର ଲୋକେ ଗୁରୁବାର ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚତ୍ଥିଲେ। ସେଠାରେ ଗ୍ରାମବାସୀ ପହଞ୍ଚତ୍ବାପରେ ଉତ୍ତେଜନା ଦେଖାଦେଇଥିଲା। ଉକ୍ତଦିନ ଗଣ୍ଡଗୋଳରେ ରୋଜିଙ୍କ ଗର୍ଭସ୍ଥ ଶିଶୁର ମୃତ୍ୟୁ ଘଟିଥିବା ପରିବାର ଲୋକେ ଅଭିଯୋଗ କରିଥିଲେ। ପୋଲିସ ପହଞ୍ଚତ୍ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିବା ପରେ ମୃତଦେହ ବ୍ୟବଚ୍ଛେଦ ପାଇଁ ନିଆଯାଇଥିଲା। ଏନେଇ ପୂର୍ବରୁ ନଂ.୧୧୫/୧୯ରେ ମାମଲା ରୁଜୁ ହୋଇଥିବା ମୃତ ଶିଶୁଙ୍କ ମା’ ରୋଜି ଏବଂ ବାପା ଅମର କହିଛନ୍ତି। ମାତ୍ର ଦାରିଙ୍ଗବାଡି ଥାନା ଏସ୍‌ଆଇ ଗୋପାଳକୃଷ୍ଣ ଆଗୁପାତ୍ର ଶିଶୁପୁତ୍ର ଜନ୍ମବେଳେ ଜୀବିତ ଥିଲେ, ପରେ ତାଙ୍କର ମୃତ୍ୟୁ ଘଟିଥିବା କହିଛନ୍ତି।
ପ୍ରକାଶ ଯେ, ଶୁକ୍ରବାର ଜମିବାଡ଼ି ବିବାଦ ଯୋଗୁ ଅମରଙ୍କ ସହ ଗ୍ରାମର କିଛି ଲୋକ ଗଣ୍ଡଗୋଳ କରୁଥିଲେ। ରୋଜି ସ୍ବାମୀଙ୍କୁ ସେମାନଙ୍କ କବଳରୁ ଛଡାଇବାବେଳେ ଜଣେ ବ୍ୟକ୍ତି ଧକ୍କା ଦେଇଥିଲେ। ଘଟଣା ଦିନ ରୋଜିଙ୍କ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହୋଇଥିବାବେଳେ ଅପର ଗୋଷ୍ଠୀ ମଧ୍ୟ ପାଲଟା ଏତଲା ଦେଇଥିଲେ। ନଂ.୧୧୬/୧୯ରେ ପୋଲିସ ମାମଲା ରୁଜୁ କରିଥିଲା। ଘଟଣାରେ ସମ୍ପୃକ୍ତ କିଛି ଲୋକଙ୍କୁ ପୋଲିସ ଥାନାକୁ ଆଣି ପଚରାଉଚରା ଚଳାଇଛି।

Share