Categories: ଖେଳ

ଗଣ୍ଡରପୁରକପ୍‌ ଫୁଟବଲ: ଫାଇନାଲରେ କଟକ ସ୍ପୋଟର୍‌ସ ହଷ୍ଟେଲ

ଭୁବନେଶ୍ୱର, ୬।୧୨(ସ୍ପୋଟର୍‌ସ ବ୍ୟୁରୋ)-
ରାଜ୍ୟସ୍ତରୀୟ ଗଣ୍ଡରପୁର କପ୍‌ ଫୁଟବଲ ଟୁର୍ନାମେଣ୍ଟର ଗୁରୁବାର ଅନୁଷ୍ଠିତ ସହରାଞ୍ଜଳ ବିଭାଗର ପ୍ରଥମ ସେମିଫାଇନାଲରେ ଭୁବନେଶ୍ୱରର ଜଗା ୟୁନାଇଟେଡକୁ ୨-୦ ଗୋଲରେ ହରାଇ କଟକ ସ୍ପୋଟର୍‌ସ ହଷ୍ଟେଲ ଫାଇନାଲରେ ପ୍ରବେଶ କରିଛି। ବିଜୟୀ ଦଳର ମଞ୍ଜିତ କିଶାନ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଛନ୍ତି। ଗ୍ରାମାଞ୍ଚଳ ବିଭାଗର ୨ଟି ମ୍ୟାଚରେ ମା’ ମଙ୍ଗଳା ଓ ପ୍ରତାପ କ୍ଲବ ବିଜୟୀ ହୋଇ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ପ୍ରଥମ ମ୍ୟାଚରେ ଗୋଠପୁରର ମା’ ମଙ୍ଗଳା ୨-୧ ଗୋଲରେ ପଦ୍ମକେଶରୀପୁରକୁ ଏବଂ ଦ୍ୱିତୀୟ ମ୍ୟାଚରେ ପ୍ରତାପ ନଗରୀର ପ୍ରତାପ କ୍ଲବ ୧-୦ ଗୋଲରେ ବଉଳକୁଦର ସ୍ବର୍ଣ୍ଣଦେବୀ କ୍ଲବକୁ ପରାସ୍ତ କରିଛି। ୨ଟି ମ୍ୟାଚରେ ଯଥାକ୍ରମେ ଅଜିତ ରାଉତ ଓ ବବ୍‌ଲୁ ରାଉତ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ। ବିଧାୟକ ପ୍ରଶାନ୍ତ କୁମାର ଜଗଦେବ, ପ୍ରଫୁଲ୍ଲ କୁମାର ଦଳେଇ, ସୁବାଷ ଚନ୍ଦ୍ର ପାତ୍ର ପ୍ରମୁଖ ଅତିଥିଭାବେ ଯୋଗ ଦେଇଥିଲେ।

Share