Categories: ଜାତୀୟ

ଗତବର୍ଷ ଅଧିକ ଶିଶୁ କନ୍ୟା ହୋଇଛନ୍ତି ପୋଷ୍ୟ: ସିଏଆରଏ

ନୂଆଦିଲ୍ଲୀ,୪।୬: ଗତ ୨୦୧-୧୯ ବର୍ଷରେ ଅଧିକ ଶିଶୁକନ୍ୟାଙ୍କୁ ଲୋକେ ପୋଷ୍ୟ ଭାବେ ଗ୍ରହଣ କରିଛନ୍ତି। ଏନେଇ ଚାଇଲ୍ଡ୍‌ ଆଡପଟେଶନ୍‌ ରିସୋର୍ସ ଅଥରିଟି(ସିଏଆରଏ) ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ ଉଲ୍ଲେଖ ହୋଇଛି। ଏହି ସମୟରେ ମୋଟ ୪ ହଜାର ୨୭ ଜଣ ଶିଶୁଙ୍କୁ ପୋଷ୍ୟ ଭାବେ ଗ୍ରହଣ କରାଯାଇଥିବାବେଳେ ସେମାନଙ୍କ ମଧ୍ୟରୁ ଶିଶୁକନ୍ୟାଙ୍କ ସଂଖ୍ୟା ୨ ହଜାର ୩ ଶହ ୯୮ ରହିଛି। ଗତବର୍ଷ ରେକର୍ଡ ସଂଖ୍ୟା ପୋଷ୍ୟ ସନ୍ତାନ ଗ୍ରହଣ ଘଟଣା ପଞ୍ଜିକରଣ ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି। ୩ ହଜାର ୩ ଶହ ୭୪ ଜଣ ଶିଶୁଙ୍କୁ ଦେଶ ମଧ୍ୟରେ ପୋଷ୍ୟ ଭାବେ ଭିନ୍ନ ଭିନ୍ନ ଦମ୍ପତି ଗ୍ରହଣ କରିଛନ୍ତି। ସେହିପରି ୬ ଶହ ୫୩ ଜଣ ଶିଶୁ ବିଦେଶ ଦମ୍ପତିଙ୍କ ଦ୍ୱାରା ପୋଷ୍ୟ ହୋଇଥିବା ରିପୋର୍ଟରେ ପ୍ରକାଶ ପାଇଛି। ତେବେ ପରିବର୍ତ୍ତିତ ଧାରାରେ ଲୋକେ ଶିଶୁ ପୁତ୍ରଙ୍କ ତୁଳନାରେ ଶିଶୁ କନ୍ୟାଙ୍କୁ ପୋଷ୍ୟ ଭାବେ ଗ୍ରହଣ କରିବାକୁ ପସନ୍ଦ କରୁଥିବା ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

Share