ଓ୍ବାଶିଂଟନ,୧୬।୪: ଗତ ୨୪ ଘଣ୍ଟା ମଧ୍ୟରେ ଅର୍ଥାତ୍ ବୁଧବାର ଆମେରିକାରେ ସର୍ବାଧିକ ୨,୬୦୦ ଲୋକଙ୍କ ମୃତ୍ୟୁ ହୋଇଛି। ତେବେ କରୋନା ସଂକ୍ରମଣରେ କୌଣସି ଦେଶରେ ୧୪ ଘଣ୍ଟାରେ ଏତେ ସଂଖ୍ୟକ ଲୋକଙ୍କ ମୃତ୍ୟୁ ହେବା ଏହା ପ୍ରଥମ ଘଟଣା ବୋଲି କୁହାଯାଉଛି। ଜନ୍ ହପକିନ୍ସ ବିଶ୍ୱବିଦ୍ୟାଳୟର ସୂଚନା ଅନୁଯାୟୀ, ଏବେ ଆମେରିକାରେ କରୋନା ମୃତ୍ୟୁ ସଂଖ୍ୟା ୨୮,୩୨୬ରେ ପହଞ୍ଚିଛି। ଏହାବି ଅନ୍ୟ ଦେଶରେ ମୃତକଙ୍କ ତୁଳନାରେ ସର୍ବାଧିକ ବୋଲି କୁହାଯାଉଛି। ଏହାକୁ ନେଇ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଦେଶ ସଙ୍କଟ ଦେଇ ଗତି କରୁଛି।