Categories: ଜାତୀୟ

ଗତ ୨୪ ଘଣ୍ଟାରେ ଦିଲ୍ଲୀ-ଏନ୍‌ସିଆରରେ ଦ୍ୱିତୀୟ ଥର ଭୂକମ୍ପ ଅନୁଭୂତ

ନୂଆଦିଲ୍ଲୀ,୧୩।୪: ଦିଲ୍ଲୀରେ ଲଗାତର ଦ୍ୱିତୀୟ ଦିନରେ ଭୂକମ୍ପ ଅନୁଭୂତ ହୋଇଛି। ଏହାର ତୀବ୍ରତା ରିକ୍ଟର ସ୍କେଲରେ ୨.୭ ରହିଛି। ସୋମବାର ଦ୍ୱିପ୍ରହର ଗୋଟାଏ ୨୬ ମିନିଟ୍‌ରେ ମୃଦୁ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଥିଲା। ତେବେ ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଦିଲ୍ଲୀ ରହିଥିବା ନେଇ ପାଣିପାଗ ବିଭାଗ ସୂଚନା ଦେଇଛି। ଏଥିରେ କେହି ମୃତାହତ ହୋଇ ନ ଥିବା ବେଳେ କୌଣସି କ୍ଷୟକ୍ଷତି ମଧ୍ୟ ହୋଇନାହିଁ। କିନ୍ତୁ ଲଗାତର ଦ୍ୱିତୀୟ ଦିନ ଭୂକମ୍ପ ହେବା ଯୋଗୁ ଲୋକମାନେ ଭୟଭୀତ ହୋଇପଡ଼ିଛନ୍ତି। ସୂଚନାଯୋଗ୍ୟ, ରବିବାର ସନ୍ଧ୍ୟା ୫ଟା ୪୫ମିନିଟ୍‌ରେ ଭୂକମ୍ପ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୫ରହିଥିଲା।

Share