ଗନ୍ଧମାର୍ଦ୍ଦନ ପାହାଡରୁ ମାଓବାଦୀ କ୍ୟାମ୍ପ ଠାବ: ବିପୁଳ ମାଓବାଦୀ ସାମଗ୍ରୀ ଜବତ

ଖପ୍ରାଖୋଲ,୫।୧୦: ବଲାଙ୍ଗିର ଜିଲା ଖପ୍ରାଖୋଲ ବ୍ଲକ ଗନ୍ଧମାର୍ଦ୍ଦନ ପାହାଡ଼ରେ ଏସ୍‌ଓଜି ପକ୍ଷରୁ ଶନିବାର ସକାଳେ କୋମ୍ବିଂ ଅପରେଶନ କରାଯାଇଥିଲା। ଏହି ସର୍ଚ୍ଚ ଅପରେଶନ ସମୟରେ ଏସ୍‌ଓଜି ପୋଲିସ ମାଓବାଦୀ କ୍ୟାମ୍ପକୁ ଠାବ କରିବା ସହ ସେଠାରୁ ବିପୁଳ ପରିମାଣରେ ମାଓବାଦୀ ସାମଗ୍ରୀ ଜବତ କରିଛି। ଅନ୍ୟପଟେ ପୋଲିସ ପହଞ୍ଚିବା ପୂର୍ବରୁ ମାଓବାଦୀମାନେ ଛତ୍ରଭଙ୍ଗ କରି ପଳାଇଥିବା ଜଣାପଡ଼ିଛି। ଅନ୍ୟପଟେ ଘଟଣାସ୍ଥଳରେ ବଲାଙ୍ଗିର ଏସ୍‌ପି ଓ ଖପ୍ରାଖୋଲ ଆଇଆଇସି ପହଞ୍ଚି ତଦନ୍ତ ଜାରି ରଖିଛନ୍ତି।

Share