ଗନ୍ଧମାର୍ଦ୍ଦନ ପାହାଡରେ ପ୍ରବଳ ବର୍ଷା: ଉଛୁଳିଲା ପାପନାଶିନୀ ଝରଣା

ଖପ୍ରାଖୋଲ,୧୩ା୮(ଡି.ଏନ.ଏ.)
ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଗନ୍ଧମାର୍ଦ୍ଦନ ପାହାଡରେ ପ୍ରବଳ ବର୍ଷା ଯୋଗୁ ହରିଶଙ୍କର ପାପନାଶିନୀ ଝରଣା ଉଛୁଳି ପଡିଥିଲା ା ଆଜି ଥିଲା ଶ୍ରାବଣ ମାସର ଶେଷ ସୋମବାର ା ସେଥିପାଇଁ ହରିଶଙ୍କରରେ ପ୍ରବଳ ଭିଡ଼ ଲାଗିଥିଲା ା ଶ୍ରଦ୍ଧାଳୁମାନଙ୍କ ସହିତ ବୋଲ୍‌ବମ୍‌ ଯାତ୍ରୀମାନେ ଜଳଲାଗି କରିବାକୁ ଆସିଥିଲେ ା ହେଲେ ଅପରାହ୍ନରେ ପ୍ରବଳ ବର୍ଷା ହେବାରୁ ପାହାଡ ଉପରୁ ପ୍ରବଳ ବେଗରେ ପାଣି ତଳୁକୁ ଖସିଥିଲା ା ଏଥିଯୋଗୁ ପାପନାଶିନୀ ଝରଣାରେ ଜଳସ୍ରୋତ କ୍ଷୀପ୍ର ହୋଇଥିଲା ା ତଳେ ଥିବା ରିଜରଭରରୁ ମଧ୍ୟ ପାଣି ଉଛୁଳି ତଳକୁ ଆସିଥିଲା ା ଯାହାକୁ ନେଇ ସ୍ଥାନୀୟ ଲୋକ ତଥା ଶ୍ରଦ୍ଧାଳୁଙ୍କ ମଧ୍ୟରେ କିଛି ସମୟ ପାଇଁ ଭୟ ସୃଷ୍ଟି ହୋଇଥିଲା ା ଖପ୍ରାଖୋଲ,୧୩ା୮(ଡି.ଏନ.ଏ.)
ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଗନ୍ଧମାର୍ଦ୍ଦନ ପାହାଡରେ ପ୍ରବଳ ବର୍ଷା ଯୋଗୁ ହରିଶଙ୍କର ପାପନାଶିନୀ ଝରଣା ଉଛୁଳି ପଡିଥିଲା ା ଆଜି ଥିଲା ଶ୍ରାବଣ ମାସର ଶେଷ ସୋମବାର ା ସେଥିପାଇଁ ହରିଶଙ୍କରରେ ପ୍ରବଳ ଭିଡ଼ ଲାଗିଥିଲା ା ଶ୍ରଦ୍ଧାଳୁମାନଙ୍କ ସହିତ ବୋଲ୍‌ବମ୍‌ ଯାତ୍ରୀମାନେ ଜଳଲାଗି କରିବାକୁ ଆସିଥିଲେ ା ହେଲେ ଅପରାହ୍ନରେ ପ୍ରବଳ ବର୍ଷା ହେବାରୁ ପାହାଡ ଉପରୁ ପ୍ରବଳ ବେଗରେ ପାଣି ତଳୁକୁ ଖସିଥିଲା ା ଏଥିଯୋଗୁ ପାପନାଶିନୀ ଝରଣାରେ ଜଳସ୍ରୋତ କ୍ଷୀପ୍ର ହୋଇଥିଲା ା ତଳେ ଥିବା ରିଜରଭରରୁ ମଧ୍ୟ ପାଣି ଉଛୁଳି ତଳକୁ ଆସିଥିଲା ା ଯାହାକୁ ନେଇ ସ୍ଥାନୀୟ ଲୋକ ତଥା ଶ୍ରଦ୍ଧାଳୁଙ୍କ ମଧ୍ୟରେ କିଛି ସମୟ ପାଇଁ ଭୟ ସୃଷ୍ଟି ହୋଇଥିଲା ା

Share