ଗବର ସିଂ ଚୟନ ଅନ୍ତରାଳେ

‘କିତ୍‌ନେ ଆଦ୍‌ମୀ ଥେ’ ଡାଏଲଗ୍‌ କଥା ମନେପଡିଲେ ଆଖି ସାମ୍‌ନାକୁ ଚାଲିଆସେ ସେହି ଡକାୟତ ଗବର ସିଂଙ୍କ ମୁହଁ। ସୁପର ଡୁପର ହିଟ୍‌ ହିନ୍ଦୀ ସିନେମା ‘ସୋଲେ’ରେ ଏହି ଚରିତ୍ର କେତେ ଲୋକପ୍ରିୟ ହୋଇଥିଲା, ତାହା କହିବା ବାହୁଲ୍ୟ। ହେଲେ ଏହି ଭୂମିକାରେ କିଏ ଅଭିନୟ କରିବ ସେନେଇ କିଛିଦିନ ବେଶ୍‌ ଡ୍ରାମା ଲାଗିରହିଥିଲା। ସଂଳାପକାର ଜାଭେଦ୍‌ ଅଖ୍‌ତର ଯେତେବେଳେ ଏଥିପାଇଁ ଅଡିଶନ ଦେଇଥିବା ଅମଜାଦ୍‌ ଖଁାଙ୍କ ଭଏସ୍‌ ଶୁଣିଲେ ସେତେବେଳେ କହିଲେ, ‘ନା, ଇଏ ରୋଲ୍‌ ପାଇଁ ଫିଟ୍‌ ନୁହେଁ।’ ଏହାପରେ ଡ୍ୟାନିଙ୍କୁ ଯୋଗାଯୋଗ କରାଗଲା। ହେଲେ ସେ ମନା କରିଦେବା ପରେ ସତେଯେମିତି ଭାଗ୍ୟଦେବୀ ଅମଜାଦ୍‌ଙ୍କ ମୁଣ୍ଡରେ ସୁନା କଳସ ଢାଳି ଦେଇଥିଲେ। ପୁଣି ଥରେ ଅମଜାଦ୍‌ଙ୍କୁ ଏହି ରୋଲ୍‌ଟି ଅଫର କରାଗଲା। ଆଉ ଫିଲ୍ମ ରିଲିଜ୍‌ ପରେ ଗବର ଚରିତ୍ର ସିନେପ୍ରେମୀଙ୍କ ମନରେ ଜେରକ୍ସ ପରି ରହିଯାଇଥିଲା। ଏହି ରୋଲ୍‌ରେ ଅଭିନୟ କରି ଅମଜାଦ୍‌ ରାତାରାତି ଷ୍ଟାର୍‌ ବନିଯାଇଥିଲେ। ତାଙ୍କ ବ୍ୟତୀତ ଉକ୍ତ ଚଳଚ୍ଚିତ୍ରରେ ଅମିତାଭ ବଚ୍ଚନ, ଧର୍ମେନ୍ଦ୍ର, ଜୟା ଭାଦୁଡି, ହେମାମାଳିନୀ, ସଞ୍ଜୀବ କୁମାର ଅଭିନୟ କରିଥିଲେ।

Share