Categories: ବାଣିଜ୍ୟ

ଗଭୀର କ୍ଷତିଗ୍ରସ୍ତ ହୋଇପାରେ ଆଇଟି ଶିଳ୍ପ ରାଜସ୍ବ

ମୁମ୍ବାଇ,୨୬।୪: ବର୍ତ୍ତମାନର ଚ୍ୟାଲେଞ୍ଜିଂ ସ୍ଥିତି ଯୋଗୁ ଦେଶର ଆଇଟି ଶିଳ୍ପ ରାଜସ୍ବ ୧୦ ବର୍ଷର ସର୍ବନିମ୍ନ ସ୍ତରକୁ ଚାଲିଯିବା ଆଶଙ୍କା ଉପୁଜିଛି। କମ୍ପାନୀଗୁଡିକର ମାର୍ଜିନ କମିବା ସହ ରାଜସ୍ବ ଅଭିବୃଦ୍ଧି ପ୍ରାୟ ୨% ରହିବ ବୋଲି ଏକ ରିପୋର୍ଟରେ କୁହାଯାଇଛି। କମ୍ପାନୀଗୁଡିକ ନୂଆ ଡିଲ୍‌ ଲାଭ କରିବା ଲାଗି ବିଭିନ୍ନ ଅସୁବିଧା ଉପୁଜିବାର ସମ୍ଭାବନା ରହିଛି। ଏହା ହେଲେ ରାଜସ୍ବକୁ ଏହା ଗଭୀରମାତ୍ରାରେ କ୍ଷତିଗ୍ରସ୍ତ କରିବ। ବିଦେଶୀ କ୍ଲାଏଣ୍ଟଙ୍କୁ ନିଜ ସହ ବାନ୍ଧି ରଖିବା ଲାଗି କମ୍ପାନୀଗୁଡିକ ସେମାନଙ୍କ ଡିଲ୍‌ ଉପରେ ପୁନଃ ବିଚାର କରିବାକୁ ପଡିବ ବୋଲି ରେଟିଂ ଏଜେନ୍ସି କ୍ରିସଲ ପକ୍ଷରୁ ଏକ ରିପୋର୍ଟରେ ସୂଚନା ଦିଆଯାଇଛି। ୯୭ ବିଲିୟନ ଡଲାର ବିଶିଷ୍ଟ ଦେଶର ଆଇଟି ଶିଳ୍ପରେ ପ୍ରାୟ ୪୦ ଲକ୍ଷ ଲୋକ କାମ କରୁଛନ୍ତି। ସେବାକ୍ଷେତ୍ରକୁ ଏହି କ୍ଷେତ୍ରର ଯୋଗଦାନ ମଧ୍ୟ ଉଲ୍ଲେଖନୀୟ।

Share