Categories: ଖେଳ

ଗମ୍ଭୀରଙ୍କ ବିଜୟ ପରେ ଆଫ୍ରିଦି କହିଲେ: ଯାହାର ବୁଦ୍ଧି ନାହିଁ, ଲୋକ ତାଙ୍କୁ ଭୋଟ ଦେଇଛନ୍ତି

ଇସଲମାବାଦ୍‌. ୨୮।୫: କ୍ରିକେଟରୁ ରାଜନେତା ପାଲଟିଥିବା ଗୌତମ ଗମ୍ଭୀର ସାଧାରଣ ନିର୍ବାଚନରେ ପୂର୍ବ ଦିଲ୍ଲୀ ଲୋକ ସଭା ଆସନରୁ ଲଢି ବିଜୟ ହାସଲ କରିଛନ୍ତି। ଗମ୍ଭୀରଙ୍କ ଏହି ଜବରଦସ୍ତ ବିଜୟ ପରେ ତାଙ୍କୁ ତାତ୍ସଲ୍ୟ କରିଛନ୍ତି ପୂର୍ବତନ ପାକିସ୍ତାନୀ କ୍ରିକେଟର ସହିଦ ଆଫ୍ରିଦି। ସେ କହିଛନ୍ତି, ଯାହାର ବୁଦ୍ଧି ନାହିଁ ଲୋକ ତାଙ୍କୁ ଭୋଟ ଦେଇଛନ୍ତି। ଜଣେ ବୁଦ୍ଧିହୀନ ଜନସେବା କରିପାରିବେ ନାହିଁ ବୋଲି ସେ ମତ ଦେଇଛନ୍ତି। ସୂଚନଯୋଗ୍ୟ, ପୁଲଓ୍ବାମା ଘଟଣା ପରେ ପାକିସ୍ତାନ ସହ କୌଣସି ସମ୍ପର୍କ ଭାରତ ରଖିବା ଉଚିତ୍‌ ନୁହେଁ ବୋଲି ଗମ୍ଭୀର କହିଥିଲେ। ଏହାର ପ୍ରତିକ୍ରିୟା ରଖି ଆଫ୍ରିଦି କହିଥିଲେ ଗୌତମଙ୍କ କୌଣସି ବୁଦ୍ଧି ଏବଂ ବିବେକ ନାହିଁ।

Share