Categories: ଫୁରସତ

ଗରମରୁ ବଞ୍ଚିବା ପାଇଁ କାରରେ ଗୋବର ବୋଳିଲେ ମାଲିକ

ମେ’ମାସ ଶେଷ ହେବାକୁ ଆସୁଥିବା ବେଳେ ଦିନକୁ ଦିନ ତାପମାତ୍ରା ବଢ଼ିବାରେ ଲାଗିଛି। ତେବେ ଏହି ଭୀଷଣ ଗରମ ପାଇଁ ପଶ୍ଚିମ ଓ ଉତ୍ତର ଭାରତରେ ଖରାବେଳେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ଲୋକେ ଗରମରୁ ରକ୍ଷା ପାଇବା ପାଇଁ କେତେ ଉପାୟ ଅବଲମ୍ବନ କରୁଛନ୍ତି। ଏବେ ଏପରି ଏକ ଅଦ୍ଭୁତ ଭିଡିଓ ଭାଇରାଲ ହେଉଛି, ଯାହାକୁ ଦେଖି ଆଶ୍ଚର୍ଯ୍ୟ ହୋଇଯିବେ। ଭାଇରାଲ ଭଡିଓରେ ଜଣେ କାର ମାଲିକ ତାଙ୍କ ଗାଡିକୁ ଥଣ୍ଡା ରଖିବା ପାଇଁ ଗୋବର ବୋଳୁଛନ୍ତି। ଗୋବର ବୋଳା ଏହି କାର ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
୪୫ ଡିଗ୍ରୀ ଖରାରୁ ମୁକ୍ତି ପାଇବା ପାଇଁ ଏବଂ ଗାଡିକୁ ଗରମରୁ ରକ୍ଷା କରିବା ପାଇଁ ସେଜାଲ ଶାହା ନିଜ କାର୍‌ରେ ଗୋବର ବୋଳିଛନ୍ତି।
ଜଣେ ଫେସବୁକ ୟୁଜର ଏହି ଗୋବର ବୋଳା କାର୍‌ର ଫଟୋ ପୋଷ୍ଟ କରି ଲେଖିଛନ୍ତି ଗୋବରର ଏପରି ଠିକ୍‌ ବ୍ୟବହାର ମୁଁ ଏପର୍ଯ୍ୟନ୍ତ ଦେଖି ନ ଥିଲି।

Share