ଗରମରେ ଛଟପଟ ହେଲେ ଜିଲାବାସୀ

ଅନୁଗୋଳ ଅଫିସ, ୨୭।୪- ଅନୁଗୋଳ ସହର ଓ ଏହାର ଉପକଣ୍ଠରେ ଅସହ୍ୟ ଗରମ ଏବଂ  ଗୁଳଗୁଳି ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଶୁକ୍ରବାର ଏଠାରେ ତାପମାତ୍ରା ୪୧.୯ ଡିଗ୍ରୀ ଥିବା ରେକର୍ଡ କରାଯାଇଛି। ମଧ୍ୟାହ୍ନରେ ଜନଗହଳି ପୂର୍ଣ୍ଣ ସହର ଖାଁ ଖାଁ ହୋଇଯାଇଥିଲା। ଜରୁରୀ କାର୍ଯ୍ୟ ପାଇଁ ବାହାରକୁ ବାହାରିଥିବା ଅଧିକାଂଶ ଲୋକେ ମୁଣ୍ଡରେ ଗାମୁଛା, ଷ୍ଟଲ ସହ ଛତା ଧରିଥିବା ଦେଖିବାକୁ ମିଳିଥିଲା। ସନ୍ଧ୍ୟା ସମୟରେ ଗୁଳୁଗୁଳି ଯୋଗୁ ଲୋକେ ଘରେ ମଧ୍ୟ ରହିବା କଷ୍ଟକର ହୋଇପଡିଛି। ଅନ୍ୟପକ୍ଷରେ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ କର୍ତ୍ତୃପକ୍ଷ ୨୪ ଘଣ୍ଟିଆ ଅଂଶୁଘାତ ୱାର୍ଡ଼ ଖୋଲା ରଖିଥିବା ଜଣାପଡ଼ିଛି। କେହି ଅଂଶୁଘାତରେ ଶିକାର ହୋଇ ଚିକିତ୍ସାଳୟକୁ ଆସିଲେ ସେମାନଙ୍କୁ ତୁରନ୍ତ ସେବା ଯୋଗାଇ ଦିଆଯିବ ବୋଲି ମେଡିକାଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

Share