Advertisement

ଗରମ ଚା’ ପିଉଛନ୍ତି କି? ଏପରି କରିବା ଦ୍ୱାରା ବୃଦ୍ଧିପାଏ ଖାଦ୍ୟନଳୀ କ୍ୟାନ୍‌ସର ଆଶଙ୍କା

ଭାରତରେ ଚା’ପ୍ରେମୀଙ୍କ ସଂଖ୍ୟା ଅଧିକ। ତେଣୁ ଏହାର ସ୍ବାଦ ପ୍ରାୟ ସମସ୍ତଙ୍କୁ ଜଣା କହିଲେ ଭୁଲ ହେବ ନାହିଁ। ଅନେକେ ଏହାକୁ ଗରମରେ ପିଇବାକୁ ପସନ୍ଦ କରୁଥିବା ବେଳେ କେହି କେହି ଥଣ୍ଡା କରି ପିଇଥାନ୍ତି। ତେବେ କ’ଣ ଆପଣ ଜାଣନ୍ତି ଗରମ ଚା’ ପିଇବା କେତେ କ୍ଷତିକାରକ? ଗରମ ଚା’ ପିଇବା ଦ୍ୱାରା ଖାଦ୍ୟନଳୀରେ କ୍ୟାନ୍‌ସର ହୋଇଥାଏ। ଯଦି ଚା’ ୭୫ ଡିଗ୍ରୀ ସେଲ୍‌ସିୟସ ଗରମ ଥାଏ ତେବେ ସେମାନଙ୍କଠାରେ ଏହି ରୋଗର ଆଶଙ୍କା ଅଧିକ। ତେଣୁ ଚା’କୁ କପ୍‌ରେ ୪ ମିନିଟ ରଖିବା ପରେ ପିଇବା ଉଚିତ।
ଆମେରିକା କ୍ୟାନ୍‌ସର ସୋସାଇଟି ମୁଖ୍ୟ ଅଥର ଇସ୍‌ଲାମିକ୍‌ଙ୍କ କହିବା ଅନୁଯାୟୀ, ଗରମ ଗରମ ଚା’ର ମଜା ନେବାକୁ ସମସ୍ତେ ଚାହିଁଥାନ୍ତି। ମାତ୍ର ଏହା କ୍ଷତିକାରକ। ୬୦ ଡିଗ୍ରୀରୁ ଅଧିକ ଗରମ ଥିବା ଚା’ ପିଉଥିବା ଲୋକଙ୍କଠାରେ କ୍ୟାନ୍‌ସର ଆଶଙ୍କା ୯୦ ପ୍ରତିଶତ ଥାଏ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel