ଗରିବଙ୍କୁ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ବଣ୍ଟନ

ଗୁଡଭେଲା,୨।୪(ଡି.ଏନ.ଏ.)-ବଲାଙ୍ଗୀର ଜିଲା ତୁଷୁରା ଓ ଗୁଡଭେଲା ସହର ସମେତ ଆଖ ପାଖ ଅଞ୍ଚଳ କରୋନା ପାଇଁ ଲକ୍‌ ଡାଉନ୍‌ ରହିଛି। ଲୋକେ ଖାଇବାକୁ ହଇରାଣ ହେଉଛନ୍ତି। ଏଣୁ ତୁଷୁରା ସହରର ମାରୱାଡି ଯୁବା ମଞ୍ଚ, ଜାଗୃତି ଶାଖା ଓ ରିହାଇ ସଂଗଠନ ପକ୍ଷରୁ ବିଭିନ୍ନ ଅସହାୟ ଲୋକଙ୍କୁ ଚାଉଳ, ଡାଲି, ଆଳୁ, ଚିନି, ତେଲ ଆଦି ବଣ୍ଟନ କରାଯାଇଛି। ଗୁରୁବାର ଯୁବା ମଞ୍ଚ ଓ ଜାଗୃତି ଶାଖା ପକ୍ଷରୁ ତୁଷୁରା ଏନଏସି ଅଧୀନ କପସିଲା ଗ୍ରାମର ହାସ୍ୟ ସାହୁ, ସିଂଗ ମାଝୀ, ଲତା ରଣା, ନାଥ ରଣା, କୁଦା ବାରିକ, ଛେଲିଆ ବାରିକ, ରଜପାଲ ରଣା, ନାଡୁ ଜାନି ପ୍ରମୁଖ ଅସହାୟ ଲୋକଙ୍କୁ ଏହା ବଣ୍ଟନ କରାଯାଇଛି। ସେହିପରି ସମରା ପଞ୍ଚାୟତର ଲୁର୍କୀ ଗ୍ରାମର ଉପାସି ଚନ୍ଦନ, ମନଦେଇ ବକୁଳ, ରତକା ବକୁଳ, ଭଗବତୀ ଭୋଇଙ୍କୁ ମଧ୍ୟ ଏହି ସବୁ ଜିନିଷ ବଣ୍ଟନ କରାଯାଇଛି। ମଞ୍ଚ ଅଧ୍ୟକ୍ଷ ମନୋଜ ଜୈନ, ରିହାଇ ସଂଗଠନର ନିର୍ଦ୍ଦେଶକ ରୁଣୁଗୋପାଳ ସାହୁ, ସଂପାଦକ ସଙ୍ଗୀତ ଜୈନ, ଜାଗୃତି ଶାଖାର ଅଧ୍ୟକ୍ଷା ବବଲି ଜୈନ, ମୀରା କେଡିଆ, ରିଙ୍ଗି ଅଗ୍ରୱାଲ ମନୀଷ ଅଗ୍ରୱାଲ, ପିମ୍ପଲ ନାୟକ ପ୍ରମୁଖ ଏହାର ପରିଚାଳନା କରିଥିଲେ।

Share