Categories: ଜାତୀୟ

ଗରିବଙ୍କୁ ମାଗଣା ଇଡ୍‌ଲି ପରସୁଛନ୍ତି ୭୦ ବର୍ଷୀୟା ବୃଦ୍ଧା

ଚେନ୍ନାଇ,୧୫।୯: ତାମିଲନାଡୁ ରାମେଶ୍ୱରମର ଅଗ୍ନି ତୀର୍ଥମଠାରେ ଜଣେ ୭୦ ବର୍ଷୀୟା ବୃଦ୍ଧା ଗରିବଙ୍କୁ ମାଗଣାରେ ଇଡ୍‌ଲି ଖାଇବାକୁ ଦେଇ ଏବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ରାଣୀ ନାମକ ଏହି ବୃଦ୍ଧା ଜଣକ ରାତି ପାହିଲେ କାଠ ଚୁଲିରେ ନିଜ ହାତରେ ପ୍ରସ୍ତୁତ କରନ୍ତି ଇଡ୍‌ଲି ଆଇ ତରକାରୀ। ଆଉ ଏହାକୁ ଖାଇବାକୁ ତାଙ୍କ ଦୋକାନରେ ଭିଡ ମଧ୍ୟ ଲାଗିଥାଏ। ସେ କୁହନ୍ତି ଇଡ୍‌ଲି ଗୋଟିଏ ପ୍ଲେଟର ଦାମ୍‌ ରଖାଯାଇଛି ୩୦ଟଙ୍କା। ହେଲେ ଯିଏ ଟଙ୍କା ଦେଇ ନ ପାରିଲେ ସେମାନଙ୍କୁ ଏହା ମାଗଣାରେ ଯୋଗାଇ ଦିଆଯାଇଥାଏ।

Share