ଗରିବଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ

ଲାଠୋର, ୬ା୪(ଡି.ଏନ.ଏ.): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଳକ ଲାଠୋର ମାରୱାଡି ଯୁବାମଞ୍ଚ ସଭାପତି ଶିତଲ ଅଗ୍ରୱାଲଙ୍କ ନେତୃତ୍ୱରେ ଲାଠୋର ଗ୍ରାମର ଗରିବ ପରିବାରଙ୍କୁ ରାଶନ ସାମଗ୍ରୀ ପ୍ରଦାନ କରାଯାଇଛି। ଲକଡାଉନ ଯୋଗୁଁ ଗରିବ ଲୋକେ ରୋଜଗାର ହରାଇ ସମସ୍ୟାରେ ରହିଛନ୍ତି। ଏହାକୁ ଲକ୍ଷ କରି ମଞ୍ଚ ପକ୍ଷରୁ ଦୁଇଦିନରେ ପ୍ରାୟ ୨ଶହ ଗରିବ ଲୋକଙ୍କୁ ଚାଉଳ ୧୦କେଜି, ଡାଲି ୧କେଜି, ଆଳୁ ୨କେଜି, ୫ ଶହ ଗ୍ରାମ ଲେଖାଏ ତେଲ ପ୍ରଦାନ କରାଯାଇଛି।

Share