Categories: ଜାତୀୟ

ଗରିବଙ୍କ ହାତପାଆନ୍ତାରେ ନାହିଁ ନ୍ୟାୟ: ରାଷ୍ଟ୍ରପତି

ଯୋଧପୁର,୮ା୧୨(ପି.ଟି.): ନ୍ୟାୟିକ ପ୍ରକ୍ରିୟା ସାଧାରଣ ଲୋକଙ୍କ ହାତପାଆନ୍ତାର ବାହାରେ ବୋଲି ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିବା ସହ ଏଥିପାଇଁ ଉଦ୍‌ବେଗ ପ୍ରକାଶ କରିଛନ୍ତି। ନ୍ୟାୟିକ ପ୍ରକ୍ରିୟା ବ୍ୟୟବହୁଳ ହୋଇଯାଇଛି ଏବଂ ବିଭିନ୍ନ କାରଣରୁ ଏହା ସାଧାରଣ ଲୋକଙ୍କ ପାଖରେ ପହଞ୍ଚତ୍ପାରୁନାହିଁ। ସାଧାରଣ ପକ୍ଷ ହାଇକୋର୍ଟ କିମ୍ବା ସୁପ୍ରିମକୋର୍ଟ ଯିବା ସମ୍ଭବ ହୋଇପାରୁ ନ ଥିବା ରାଷ୍ଟ୍ରପତି ରାଜସ୍ଥାନ ହାଇକୋର୍ଟ ନୂଆ ବିଲ୍ଡିଂର ଉଦ୍‌ଘାଟନ ସମାରୋହରେ ଉଦ୍‌ବୋଧନ ଦେଇ କହିଛନ୍ତି। ଏହା ଅତି ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ। କାରଣ ସମସ୍ତଙ୍କୁ ନ୍ୟାୟ ପ୍ରଦାନ କରିବା ଲାଗି ଆମେ ସମସ୍ତେ ଉତ୍ତରଦାୟୀ ରହିବା ସମ୍ବିଧାନର ପ୍ରସ୍ତାବନାରେ ଉଲ୍ଲେଖ ରହିଛି। ବ୍ୟୟବହୁଳ ନ୍ୟାୟିକ ପ୍ରକ୍ରିୟାକୁ ନେଇ ମହାତ୍ମା ଗାନ୍ଧୀ ମଧ୍ୟ ଚିନ୍ତାବ୍ୟକ୍ତ କରିଥିଲେ ବୋଲି ରାଷ୍ଟ୍ରପତି କହିଛନ୍ତି। ଯଦି ଆମେ ଗାନ୍ଧିଜୀଙ୍କ ନୀତିକୁ ମନେପକାଇବା ଓ ସମାଜର ସବୁଠୁ ଗରିବ ଓ ଦୁର୍ବଳଙ୍କ କଥା ଭାବିବା ତେବେ ଆମେ ଠିକ୍‌ ମାର୍ଗ ବାହାର କରିପାରିବା ବୋଲି କୋବିନ୍ଦ କହିଛନ୍ତି।

Share