Categories: ଜାତୀୟ

ଗରିବଙ୍କ ହିତରେ ବଜେଟ

ନୂଆଦିଲ୍ଲୀ,୩ା୨(ଆଇଏଏନ୍‌ଏସ୍‌): ପାର୍ଲାମେଣ୍ଟରେ ଶନିବାର ଉପସ୍ଥାପିତ ୨୦୨୦-୨୧ ଆର୍ଥିକ ବର୍ଷର ବଜେଟକୁ ୪୪% ଲୋକ ଗରିବଙ୍କ ହିତରେ ବୋଲି ଆଇଏଏନ୍‌ଏସ୍‌-ସିଭୋଟର ପକ୍ଷରୁ କରାଯାଇଥିବା ସର୍ଭେରେ କୁହାଯାଇଛି। ଏଥିରେ ୩୨.୯% ଲୋକ ଦେଶର ଆର୍ଥିକ ଦୁର୍ବଳ ଶ୍ରେଣୀ ପ୍ରତି ବଜେଟରେ କମ୍‌ ଧ୍ୟାନ ଦିଆଯାଇଥିବା ଦର୍ଶାଇଛନ୍ତି। ସେହିପରି ୧୭.୧% ଏହାକୁ ଗରିବଙ୍କ ହିତରେ ଆଦୌ ନ ଥିବା କହିଛନ୍ତି। ଅବଶିଷ୍ଟ ୫.୩% ଲୋକ ଏନେଇ ନିର୍ଦ୍ଦିଷ୍ଟ ଭାବେ କିଛି ଉତ୍ତର ଦେଇନାହାନ୍ତି। ବଜେଟ ପରବର୍ତ୍ତୀ ସର୍ଭେ ବେଳେ ୪୦.୯% ଲୋକ ଏହାକୁ ଶିଳ୍ପପତିଙ୍କୁ ବହୁଳ ଭାବେ ସୁହାଇଲା ଭଳି ହୋଇଥବା କହିଛନ୍ତି। ୩୮.୮% ଉତ୍ତରଦାତାଙ୍କ ମତରେ ଏହି ବଜେଟ ବଡ଼ ବ୍ୟବସାୟ ଆଡ଼କୁ ସାମାନ୍ୟ ଢଳି ରହିଛି। ହେଲେ ୧୬% ଏହାକୁ ଖଣ୍ଡନ କରିଛନ୍ତି। ଅବଶିଷ୍ଟ ୭.୨ ପ୍ରତିଶତ ଲୋକ ଏନେଇ କୌଣସି ମତାମତ ଦେଇନାହାନ୍ତି।

Share