ଗରିବୀ ସର୍ଭେ ଆରମ୍ଭ କଲେ ସରକାର

ନୂଆଦିଲ୍ଲୀ,୨୨-୨: ଦେଶରେ ଗରିବୀର ଆକଳନ କରିବା ଲାଗି ସରକାର ନୂଆ ସର୍ଭେ ଆରମ୍ଭ କରିଛନ୍ତି। ଏହା ମଧ୍ୟରେ ପୋଷଣର ମାତ୍ରା, ପିଇବା ପାଣି, ହାଉସିଂ, ରନ୍ଧନ ପାଇଁ ବ୍ୟବହାର ହେଉଥିବା ସାମଗ୍ରୀର ସୁବିଧା ଭଳି ବିଭିନ୍ନ ପ୍ରସଙ୍ଗ ଦେଶର ଲୋକଙ୍କ ନିକଟରେ କେତେ ପରିମାଣରେ ପହଞ୍ଚୁଛି ତାର ଆକଳନ କରାଯିବ। ଦେଶରେ ଗରିବୀର ସ୍ତର କେମିତି ଅଛି ତାର ଏକ ମୋଟାମୋଟି ଆକଳନ କରିବା ଲାଗି ସରକାର ଏଭଳି ଏକ ପଦକ୍ଷେପ ନେଉଥିବା କୁହାଯାଇଛି। କିଛି ବର୍ଷ ତଳେ ସରକାର ଗରିବୀ ରେଖାର ବ୍ୟବହାର ବନ୍ଦ କରି ଦେଇଥିଲେ। ଗରିବଙ୍କ ପ୍ରକୃତ ଆକଳନ ଗରିବୀ ସ୍ତର ସମ୍ପର୍କରେ ପତ୍ତା ଲଗାଇବା ଦ୍ୱାରା ସାମାଜିକ କ୍ଷେତ୍ର ସମ୍ପର୍କିତ ଯୋଜନା ପ୍ରଣୟନରେ ସରକାରଙ୍କୁ ଅଧିକ ଲାଭ ମିଳିବ ବୋଲି ବଜାର ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି।
୨୦୧୪ରେ ସି.ରଙ୍ଗରାଜନ କମିଟି ଗରିବଙ୍କ ସଂଖ୍ୟାରେ ୧୦ କୋଟି ବୃଦ୍ଧି ନେଇ ଆକଳନ କରିଥିଲେ। ଏଥି ଲାଗି କମିଟି ସାମଗ୍ରୀ ବ୍ୟବହାର ଏବଂ ପୁଞ୍ଜି ଖର୍ଚ୍ଚକୁ ଆଧାର ଭାବେ ବିଚାର କରିଥିଲେ। ଏହାକୁ ବିଚାର କରିଲେ ଦେଶରେ ଗରିବଙ୍କ ସଂଖ୍ୟା ୩୬.୨ କୋଟି ହେବ। ଏହା ମୋଟ ଜନସଂଖ୍ୟାର ୨୯.୬% ହେବ। ସୁରେଶ ତେନ୍ଦୁଲକର କମିଟି ଦେଇଥିବା ରିପୋର୍ଟ ମୁତାବକ ଗରିବୀ ୨୬.୯୮ କୋଟି ରହିଥିଲା। ଯାହା ଦେଶର ମୋଟ ଜନସଂଖ୍ୟାର ୨୧.୯% ରହିଥିଲା। ୨୦୧୪ରେ ଏନ୍‌ଡିଏ ସରକାର ଏହି ରିପୋର୍ଟକୁ ଖାରଜ କରିଦେଇଥିଲେ। ପ୍ରକ୍ରିୟା ସହ ଜଡିତ ଜଣେ ଅଧିକାରୀ କହିଛନ୍ତି ଯେ, ପରିସଂଖ୍ୟାନ ଏବଂ କାର୍ଯ୍ୟକ୍ରମ ରୂପାୟନ ମନ୍ତ୍ରଣାଳୟ ମନ୍ତ୍ରଣାଳୟ ପକ୍ଷରୁ ଏ ନେଇ ଏକ ଫିଲ୍ଡ ଓ୍ବାର୍କ କରାଯିବ। ଦେଶ ଏବଂ ରାଜ୍ୟଗୁଡିକର ପରଫରମାନ୍ସ କିଭଳି ରହିଛି ସେ ଉପରେ ନଜର ରଖିବାକୁ ନୀତି ଆୟୋଗକୁ କୁହାଯାଇଛି। ସର୍ଭେର ଫଳାଫଳକୁ ଜାତିସଂଘ ଉନ୍ନତୀକରଣ କାର୍ଯ୍ୟକ୍ରମ(ୟୁଏନ୍‌ଡିପି) ମଲ୍ଟି ଡାଇମେନଶନାଲ ପଭର୍ଟି ଇଣ୍ଡେକ୍ସ (ଏମ୍‌ପିଆଇ)ରେ ସାମିଲ କରାଯିବ। ଉକ୍ତ ସୂଚକାଙ୍କରେ ଦେଶର ସ୍ବାସ୍ଥ୍ୟ, ଶିକ୍ଷା, ଜୀବନ ଧାରଣ ମାନର ସ୍ତରକୁ ନେଇ ର଼୍ୟାଙ୍କ ଦିଆଯିବ।
ଏ ନେଇ ନୀତି ଆୟୋଗ ଏବଂ ମନ୍ତ୍ରଣାଳୟ ଅଧିକାରୀଙ୍କ ବୈଠକ ହୋଇଥିବା ଅଧିକାରୀ ଜଣକ କହିଛନ୍ତି। ଆକଳନ କେଉଁ ଭାବେ କରାଯିବ ସେ ନେଇ ଏଠାରେ ବିଚାର ବିମର୍ଶ ହୋଇଛି। ନୀତି ଆୟୋଗ ଏକ ଗରିବ ସୂଚକାଙ୍କ ପ୍ରସ୍ତୁତ କରିବ ବୋଲି ଜଣାପଡିଛି। ଏଥିରେ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳଗୁଡିକୁ ର଼୍ୟାଙ୍କରେ ରଖାଯିବ। ଅଧିକରୁ ଅଧିକ ଲୋକଙ୍କୁ ଗରିବୀରୁ ବାହାରକୁ ଆଣିବା ଲାଗି ରାଜ୍ୟଗୁଡିକ ମଧ୍ୟରେ ଉତ୍ସାହ ଭାବନା ସୃଷ୍ଟି କରାଯିବାକୁ ପଦକ୍ଷେପ ନିଆଯିବ। ମୋଟାମୋଟି ଭାବେ କହିବାକୁ ଗଲେ ୟୁଏନ୍‌ ପଭର୍ଟି ଇଣ୍ଡେକ୍ସରେ ର଼୍ୟାଙ୍କ ସୁଧାର ଆଣିବା ଲାଗି ଏଭଳି ପଦକ୍ଷେପ ହାତକୁ ନିଆଯାଇଛି। ଗ୍ଲୋବାଲ ଇଣ୍ଡେକ୍ସ ମୁତାବକ, ମଲ୍ଟି ଡାଇମେନଶନାଲ ପଭର୍ଟି ପରିଭାଷାରେ ସ୍ବଳ୍ପ ରୋଜଗାର, ଖରାପ ସ୍ବାସ୍ଥ୍ୟ, ହିଂସାର ପ୍ରଭାବ ଭଳି ଅନ୍ୟ ପ୍ରସଙ୍ଗ ସାମିଲ ରହିଛି। ୟୁଏନ୍‌ଡିପିର ସୂଚକାଙ୍କ ଶିଶୁ ମୃତ୍ୟୁ ହାର, ପୋଷଣ, ଶିକ୍ଷା, ଜୀବନ ଧାରଣ ମାନ ଭଳି ବିଭିନ୍ନ ପ୍ରସଙ୍ଗକୁ ଆକଳନରେ ନେଇଥାଏ। ଅନ୍ୟ ଜଣେ ଅଧିକାରୀ କହିଛନ୍ତି ଯେ, ସରକାର ସ୍ବଚ୍ଛତା ଏବଂ ପାନୀୟ ଜଳ ଡାଟାକୁ ସର୍ଭେରେ ନେବେନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଶେୟାର ବଜାରରେ ନୂଆ ରେକର୍ଡ: ପ୍ରଥମଥର ୮୪ ହଜାର ପଏଣ୍ଟ ପାର୍‌ କଲା ସେନସେକ୍ସ

ନୂଆଦିଲ୍ଲୀ,୨୦।୯: କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଘରୋଇ ଷ୍ଟକ ମାର୍କେଟ ନୂତନ ସର୍ବକାଳୀନ ରେକର୍ଡ ସୃଷ୍ଟି କରିଛି। ବ୍ୟବସାୟରେ ଧୀର ଆରମ୍ଭ ହେବା ପରେ, ଅଳ୍ପ...

ଆଇଫୋନ୍‌ କିଣିବାକୁ ଦୌଡିଲେ ଲୋକେ: ଜାଣନ୍ତୁ କାହିଁକି

ମୁମ୍ବାଇ,୨୦।୯:ଭେଟେରାନ ଟେକ୍‌ କମ୍ପାନୀ ଆପଲ ଆଜିଠାରୁ ଆଇଫୋନ ୧୬ ସିରିଜ ବିକ୍ରି ଆରମ୍ଭ କରିଛି। ସେପ୍ଟେମ୍ବର ୯ରେ ‘ଇଟିସ୍‌ ଗ୍ଲୋ ଟାଇମ’ରେ ଏଆଇ ବୈଶିଷ୍ଟ୍ୟ ସହିତ...

ବଜାରରେ ଏଚ୍‌ପିର ନୂତନ ଉତ୍ପାଦ

ନୂଆଦିଲ୍ଲୀ,୨୦।୯ (ଅଭୟ ଦାଶ):ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଇ-ଉତ୍ପାଦନକାରୀ ବ୍ରାଣ୍ଡ ଏଚ୍‌ପିର ନୂତନ ଉତ୍ପାଦ ରେଞ୍ଜର ଅନାବରଣ ନିକଟରେ ହୋଇଯାଇଛି। ଏପରିକି ବ୍ରାଣ୍ଡ୍‌ର ଅଫିସ୍‌...

ଆଇସିଆଇସିଆଇ ପ୍ରୁ ସିଗ୍ନେଚର ପେନ୍‌ସନର ଶୁଭାରମ୍ଭ

ନୂଆଦିଲ୍ଲୀ,୨୦।୯ (ଅଭୟ ଦାଶ):ଆଇସିଆଇସିଆଇ ପ୍ରୁଡେନ୍ସିଆଲ ଲାଇଫ୍‌ ଇନ୍ସୁରାନ୍ସର ନୂତନ ଉତ୍ପାଦ ‘ଆଇସିଆଇସିଆଇ ପ୍ରୁ ସିଗ୍ନେଚର ପେନ୍‌ସନ’ ପ୍ଲାନ୍‌ର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏପରିକି ଏହା ଏକ...

ମଉଳୁଛି ପେଟ୍ରୋଲ, ଡିଜେଲ ଶସ୍ତା ହେବା ଆଶା

ଭୁବନେଶ୍ୱର,୨୦।୯ (ଅନୁରାଧା ମହାରଣା):ନିକଟରେ ଅଶୋଧିତ ତୈଳର ମୂଲ୍ୟ ହ୍ରାସ ପାଇବା ପରେ ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ହ୍ରାସ ପାଇବ ବୋଲି ଆଶା କରାଯାଉଥିଲା।...

କୋଟି କୋଟି ଟଙ୍କାର ବ୍ୟବସାୟ ଛାଡି ରିଲାଏନ୍ସରେ ଦେଇଥିଲେ ଯୋଗ, ଏବେ କମ୍ପାନୀର…

ନୂଆଦିଲ୍ଲୀ,୧୯।୯: ଜୟକର୍ପ ଲିମିଟେଡର ଚେୟାରମ୍ୟାନ୍‌ ଆନନ୍ଦ ଜେନ ରିଅଲ ଇଷ୍ଟେଟ, ବିତ୍ତ ଓ ପୁଞ୍ଜି ବଜାର ସହିତ ଅନ୍ୟ ଉଦ୍ୟୋଗରେ ୩୦ବର୍ଷର ଅନୁଭବ ରଖିଛନ୍ତି। ତେବେ...

ପାର୍ବଣ ସମୟରେ ନିୟନ୍ତ୍ରଣରେ ରହିବ ଦରଦାମ୍: ଆଶ୍ୱସ୍ତ କଲେ ସରକାର

ନୂଆଦିଲ୍ଲୀ,୧୮ା୯: ସରକାର ନାଗରିକମାନଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ ଆଗାମୀ ପାର୍ବଣ ଋତୁରେ ଅତ୍ୟାବଶ୍ୟକ ଦ୍ରବ୍ୟର ମୂଲ୍ୟ ବୃଦ୍ଧି ହେବ ନାହିଁ। ବଢୁଥିବା ଦରଦାମ୍ ଏବେ ଲୋକମାନଙ୍କର...

ଜିଡିପିରେ ଓଡ଼ିଶାର ଜବରଦସ୍ତ ଉନ୍ନତି: ପଛରେ ପଡିଲା ପଶ୍ଚିମବଙ୍ଗ

ନୂଆଦିଲ୍ଲୀ,୧୮।୯: ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦ (ଇଏସି-ପିଏମ) ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି। ଏହି ରିପୋର୍ଟରେ ଦର୍ଶାଯାଇଛି ଯେ, ଉଦାରୀକରଣ ପରେ ଦକ୍ଷିଣ ରାଜ୍ୟଗୁଡ଼ିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri