ଗରିବ୍‌ ଦୁଖିକର ଲାଗି ଦୁରଲଭ ହେଲାନ ପଖାଲ

ଜାମଟିକ୍ରା, ୨୭।୪ (ଡି.ଏନ୍‌.ଏ.): ଓଡ଼ିଶାରେ ଗଁାଗଁଲିନୁ ଆରମ୍‌ କରି ସହର ତକ୍‌ ସମକର ପସନ୍‌ ପଖାଲ। ଖରାଦିନ୍‌ ଆରମ୍‌ ହେଲେ ସମ୍‌କର ମନ୍‌ ପଖାଲ ଖାଏବାକେ ଘିଚି ହେସି। ହେଲେ ଦିନୁଦିନ୍‌କେ ସାମାଜିକ ଥିତି ବଦଲିବାର ସଂଗେ ଆମର ଖାଏଦ୍‌ପାନ୍‌ ବି ବଦଲୁଛେ, ତାର ସଂଗେ ସବୁ ଜିନିଷର ଦରଦାମ୍‌ ବଢ଼ୁଛେ। ଏନ୍‌ତାଥି ପଖାଲ ସଂଗେ ଲୋକ୍‌ ଖାଉଥିବାର ତୁନ୍‌ଶାଗ ବି ଗରିବ୍‌ ଦୁଖିକର ଲାଗି ଦିନୁଦିନ୍‌କେ ଦୁରଲଭ ହେଇଯାଉଛେ। ଲୋକ୍‌ ପଖାଲ ସଂଗେ ଶାଗ୍‌ ଖରଡ଼ା, ଭଜା, ତେଁତେଲ, ଆମୁଲ, ଦେଶୀ ଉଲି ପାଗ୍‌କରି ଖାଉଥିଲେ। ପଛେ ସରକାର ଟଁକାଟେରେ ଗରିବ୍‌ ଦୁଖିକୁ ଚାଉଲ ଦେଇ ଲୁକ୍‌କର ମୁହେଁ ହଁସ୍‌ ଫୁଟେଇଥିଲେ। ହେଲେ ସରକାର ଚାଉଲ କେ.ଜି. ଟଁକେରେ ଯୁଗେଇ ଦେଲେ କାଣା ହେବା, ଶାଗ୍‌ କେ.ଜି. ତ ୪୦ ଟଁକାରେ ପୁହୁଁଚିଲାନ। ଯେନ୍‌ଥିରଲାଗି ଦିନୁଦିନ୍‌କେ ଗରିବ୍‌ ଦୁଖିକର ପଖାଲ ଗରସେ ଖାଏବାର ସରାଗ୍‌ ବି ମେଟିଯାଉଛେ। ଇଆଡ଼େ ପଖାଲଟା ଏହେଦେ ଧନୀ ଲୁକ୍‌କର ମନ୍‌ପସନ୍‌ର ଖାଏଦ୍‌ ହେଇଛେ। ରାଏଜର ଛୋଟରୁ ବଡ଼ ସବୁ ହୋଟେଲମାନକୁ ଖରାଦିନେ ଜାତିର ଜାତିର ପଖାଲ ମିଲୁଛେ। ସେ ହିସାବେ ପଖାଲର ଦାମ୍‌ ବି ରହୁଛେ। ଖରାଦିନେ ବଡ଼ଭାଗି ଚାକ୍‌ରିଆ ଲୋକ୍‌ ହୋଟେଲମାନକେ ପଖାଲ ଖାଏବାକେ ମନ୍‌ କରୁଛନ୍‌। ହେଲେ ପନିପରିବାର ଆକାଶ ଛୁଅଁ।  ଦର ଗରିବ୍‌ ଦୁଖିକର ମୁହୁଁରୁ ଇ ପଖାଲ ଦୁରାକ ଛଡ଼େଇ ନେଉଛେ।

ଦିନାକେତେ ହେଲା ଅତାବିରା ବଜାରରେ ସବୁ ପନିପରିବା ଦର ୪୦ ଟଁକାରୁ ଉପରେ ରହିଛେ। ପୁଟଲ କେ.ଜି. ୬୦, କରଲା ୪୦, ବାଇଗନ ୩୦ରୁ ୪୦, ମାଖନ ୧୫, ଭେଁଡ଼ି ୪୦ ଟଁକା ରହିଛେ। ସେନ୍‌ତା ବାଜିଶାଗ୍‌ କେ.ଜି. ୪୦ ଟଁକା, ମୁନଗା ଶାଗ, ଖଡ଼ା ଶାଗ, ଲଲିତା ଶାଗ କେ.ଜି. ବି ୪୦ ଟଁକା ରହିଛେ। ଯେନ୍‌ଥିରଲାଗି ଗରିବ୍‌ ଦୁଖି ପଖାଲ ଦୁରା ଖାଏବାରୁ ବଁଚିତ୍‌ ହେଉଛନ୍‌। ଇଆଡ଼େ ରାଏଜ୍‌ ଆର କେନ୍ଦ୍ର ସରକାର ଗରିବ୍‌ ଦୁଖିକୁ ଚାଉଲ ଦେଇ ଖାଏଦ୍‌ ସୁରକ୍ଷା ଯୁଗେଇ ଦେଉଥିବାର ଡିଂଗରା ପିଟୁଛନ୍‌। ଇଆଡ଼େ ଆକଶ ଛୁଅଁା ଦରଦାମ୍‌ ଉପରେ ଯୋଗାଣ ବିଭାଗର ଲଗାମ୍‌ ନାଇଁ ରହିବାର, ଯେନ୍‌ଥିରଲାଗି ଅନେକ ଜାଗାରେ ନିହାତି ଗରିବ୍‌ ଦୁଖି ପଖାଲ ଦୁରା ଖାଏବାର ଲାଗି ତରସି ଯାଉଛନ୍‌। ପନିପରିବାର ଆକଶ ଛୁଅଁା ଦରଦାମ୍‌ ଉପରେ ରାଏଜ୍‌ ସରକାର ଆର ଥାନୀୟ ପରଶାସନ୍‌ ଲଗାମ କସବାକେ ଜନ ସାଧାରନରେ ଦାବି ହେଉଛେ।


Enter your email to get our daily news in your inbox.

All Right Reserved By Dharitri.Com

ଟୋକନ ସମସ୍ୟାକୁ ନେଇ ଚାଷୀଙ୍କ ଅଭିନବ ପ୍ରତିବାଦ: ଖୁଚୁରା ଧାନ ବିକିଲେ ଚାଷୀ

ସମ୍ବଲପୁର,୧୬।୧୨(ପ୍ରମୋଦ ବହିଦାର): ଧାନ ବିକ୍ରି ପାଇଁ ଚାଷୀଙ୍କୁ ଟୋକନ ମିଳିବା ସମସ୍ୟାକୁ ନେଇ ମଙ୍ଗଳବାର ସମ୍ବଲପୁରଠାରେ ଚାଷୀଙ୍କ ଅଭିନବ ପ୍ରତିବାଦ ଦେଖିବାକୁ ମିଳିଛି। ଚାଷୀମାନେ ପ୍ରଥମେ...

ଧାନ ସଂଗ୍ରହରେ ଅଚଳାବସ୍ଥା ଜାରି: ଜାତୀୟ ରାଜପଥରେ ଗର୍ଜିଲେ ଚାଷୀ

ସମ୍ବଲପୁର,୧୨।୧୨(ପ୍ରମୋଦ ବହିଦାର): ସମ୍ବଲପୁରରେ ଟୋକନ ମିଳିବା ବିଳମ୍ବକୁ ନେଇ ତାତି ଉଠିଛନ୍ତି ଚାଷୀ। ଉତ୍ତ୍ୟକ୍ତ ଚାଷୀ ଶୁକ୍ରବାର ପୂର୍ବାହ୍ନରୁ ସମ୍ବଲପୁର ସହରର ୨କୁ ନେଇ ଚାଷୀ...

ଭିସୁଟ୍‌ ଛାତ୍ରୀଙ୍କୁ ନିର୍ଯାତନା, ଛାତ୍ର ଅଟକ

ସମ୍ବଲପୁର,୪ା୧୨: ଭିସୁଟ୍‌ ଛାତ୍ରୀଙ୍କୁ ନିର୍ଯାତନା ଅଭିଯୋଗ ହୋଇଛି। ଏହି ଅଭିଯୋଗରେ ଜଣେ ଛାତ୍ର ଅଟକ ଅଛନ୍ତି। ଛାତ୍ରୀଙ୍କୁ ଛାତ୍ର ଜଣଙ୍କ ପ୍ରବଳ ମାଡ଼ ମାରିଥିବା ବୁର୍ଲା...

ମା’ର ମର୍ଡର ଦେଖିଦେବାରୁ ଆମ ଭାଣିଜୀକୁ ମାରିଦେଲେ, ଏମିତି ଅଭିଯୋଗ ଆଣି ମାମୁ-ମାଇଁ କହିଲେ…

ସମ୍ବଲପୁର,୪ା୧୨(ପ୍ରମୋଦ ବହିଦାର): ଅଇଁଠାପାଲି ଥାନା ଅନ୍ତର୍ଗତ ଶାନ୍ତିନଗର ଗଳିର ଏକ ନାଳରୁ ବୁଧବାର ସକାଳେ ଜଣେ ନାବାଳିକାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ସେ ହେଉଛନ୍ତି ଶାନ୍ତିନଗର...

ଧାନ ସଂଗ୍ରହରେ ଅଚଳାବସ୍ଥା ଜାରି: ରାଜରାସ୍ତାକୁ ଓହ୍ଲାଇଲେ ଚାଷୀ

ସମ୍ବଲପୁର,୧।୧୨(ପ୍ରମୋଦ ବହିଦାର): ସମ୍ବଲପୁରରେ ଧାନ ସଂଗ୍ରହ ପକ୍ରିୟାରେ ଅଚଳାବସ୍ଥା ଜାରି ରହିଛି। ଯାହାକୁ ନେଇ ଚାଷୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି। ଉତ୍ତ୍ୟକ୍ତ ଚାଷୀ...

ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟକୁ ମିଳିଲା ଗ୍ରେଡ୍‌ ‘ଏ’ ମାନ୍ୟତା

ସମ୍ବଲପୁର,୨୭ା୧୧: ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟକୁ ନାକ୍‌ ଗ୍ରେଡ ଏ’ ମାନ୍ୟତା ମିଳିଛି। ଏନେଇ ଡେପୁଟି ରେଜିଷ୍ଟ୍ରାର ସୂଚନା ଦେଇଛନ୍ତି। ମହାବିଦ୍ୟାଳୟରୁ ବିଶ୍ୱବିଦ୍ୟାଳୟ ହେବା ପରେ...

ରୋଷେଇ ଛାଡି ଫୋନ୍‌ରେ ଅଧିକ କଥା ହେବାରୁ ସ୍ତ୍ରୀଙ୍କୁ ହତ୍ୟା କଲେ ସ୍ବାମୀ

ଜମନକିରା,୨୭ା୧୧(ରବୀନ୍ଦ୍ର ପ୍ରସାଦ ଦାନୀ): ରୋଷେଇ ଛାଡ଼ି ମୋବାଇଲ ଫୋନ୍‌ରେ କଥା ହେଉଥିଲେ ସ୍ତ୍ରୀା ରୋଷେଇ କରିବାକୁ କହିବାରୁ ନ ଶୁଣି ଫୋନ୍‌ରେ ଗପିଚାଲିଥିଲେ। ଏଥିରେ ରାଗି...

ଟ୍ରକ୍‌ ପଛରେ ପିଟିହେଲା ଆମ୍ବୁଲାନ୍ସ: ଚାଲିଗଲା ଜଣଙ୍କ ଜୀବନ, ୫ ଗୁରୁତର

ସମ୍ବଲପୁର,୨୨ା୧୧(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଯୁଯୋମୁରା ଥାନା ଅନ୍ତର୍ଗତ ଫୁଲଝରଣ ନିକଟରେ ଶନିବାର ଭୋର୍‌ରେ ୧୦୮ ଆମ୍ବୁଲାନ୍ସ ଦୁର୍ଘଟଣାରେ ଜଣଙ୍କର ଜୀବନ ଯାଇଛି। ଅନ୍ୟ ୫...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri