ନୂଆଦିଲ୍ଲୀ,୪।୬: ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ପ୍ୟାକେଜ ଅନ୍ତର୍ଗତ କେନ୍ଦ୍ର ସରକାର ଲୋକଙ୍କୁ ୫୩,୨୪୮ କୋଟି ଟଙ୍କା ପ୍ରଦାନ କରିଛନ୍ତି। ବିତ୍ତୀୟ ସହାୟତା ଭାବେ ୪୨ କୋଟି ଲୋକଙ୍କୁ ଏଭଳି ସହାୟତା ଯୋଗାଇ ଦିଆଯାଇଛି। ପ୍ୟାକେଜରେ ଗରିବଙ୍କୁ ମାଗଣାରେ ଖାଦ୍ୟଶସ୍ୟ, ମହିଳା, ବରିଷ୍ଟ ନାଗରିକ ଏବଂ କୃଷକଙ୍କୁ ନଗଦ ସହାୟତା ଯୋଗାଣ ହୋଇଛି। ଯୋଜନାର କାର୍ଯ୍ୟକାରିତାକୁ କେନ୍ଦ୍ର ଏବଂ ରାଜ୍ୟ ମିଳିତ ଭାବେ ଦେଖୁଛନ୍ତି। ପିଏମ୍ କିଶାନ ଯୋଜନାରେ ପ୍ରଥମ ଅଗ୍ରୀମ କିସ୍ତି ଭାବେ ୮.୯ କୋଟି ହିତାଧିକାରୀଙ୍କୁ ୧୬,୩୯୪ କୋଟି ଟଙ୍କା ପ୍ରଦାନ କରାଯାଇଛି। ୨ଟି କିସ୍ତିରେ ଜନଧନ ଖାତାଧାରୀଙ୍କୁ ୨୦,୩୪୪ କୋଟି ଟଙ୍କା ଦିଆଯାଇଛି। ୨.୮୧ କୋଟି ବରିଷ୍ଠ ନାଗରିକ, ବିଧବା ଏବଂ ଦିବ୍ୟାଙ୍ଗଙ୍କୁ ୨.୮୧ କୋଟି ଟଙ୍କାର ସହାୟତା ଯୋଗାଣ ହୋଇଥିବା ସରକାରଙ୍କ ପକ୍ଷରୁ ସୂଚନା ରହିଛି।