ଗରିବ-ଦିନମଜୁରିଆ-ଚାଷୀମୁଲିଆଙ୍କୁ ମିଳୁ ୭୫୦୦ଟଙ୍କା କରୋନା ସହାୟତା: ସୋନିଆ

ନୂଆଦିଲ୍ଲୀ,୨୩।୪: ଦେଶରେ କରୋନା ସଂକ୍ରମଣ ଯୋଗୁ ସରକାରଙ୍କ ପକ୍ଷରୁ ଲକ୍‌ ଡାଉନ୍‌ ଘୋଷଣା କରାଯାଇଛି। ଏହାର ପ୍ରଭାବ ଗରିବ, ଦିନ ମଜୁରିଆ ଏବଂ ଚାଷୀ ମୁଲିଆଙ୍କ ଉପରେ ଅଧିକ ପଡ଼ିଛି। କାମଧନ୍ଧା ବନ୍ଦ ହେବାରୁ ସେମାନଙ୍କ ସ୍ଥିତି ଶୋଚନୀୟ ହୋଇପଡ଼ିଛି। ଏପରିସ୍ଥଳେ ସରକାର ସେମାନଙ୍କ ସଞ୍ଚୟ ଖାତାକୁ ୭୫୦୦ ଟଙ୍କା ସହାୟତା ପଠାଇବା ଲାଗି କଂଗ୍ରେସ ପକ୍ଷରୁ ସୋନିଆ ଗାନ୍ଧୀ ଭିଡ଼ିଓ କନଫରେନ୍ସିଂରେ ଆୟୋଜିତ ସିଡବ୍ଲ୍ୟୁସି ବୈଠକରେ ଦାବି କରିଛନ୍ତି। ସେହିପରି ଗରିବଙ୍କ ଖାଦ୍ୟ ସୁରକ୍ଷା ନିଶ୍ଚିତ କରାଇବା ଲାଗି ସରକାର ପଦକ୍ଷେପ ନେବାର ଆବଶ୍ୟକତା ରହିଛି ବୋଲି ସୋନିଆ କହିଛନ୍ତି।

Share