ଜୋହାନ୍ସବର୍ଗ,୧୬ା୪: କରୋନା ଯୋଗୁ ସାରା ବିଶ୍ୱ ଆର୍ଥିକ ସଙ୍କଟର ସମ୍ମୁଖୀନ ହୋଇଥିବାବେଳେ ଗରିବ ଦେଶଗୁଡ଼ିକ ନେଇଥିବା ଋଣ ପରିଶୋଧ ପାଇଁ ଅଧିକ ସମୟ ଦେବାକୁ ଜି-୨୦ ରାଷ୍ଟ୍ରଗୋଷ୍ଠୀର ଅର୍ଥମନ୍ତ୍ରୀମାନଙ୍କ ସମ୍ମିଳନୀରେ ନିଷ୍ପତ୍ତି ନିଆଯାଇଛି। ଅର୍ଥମନ୍ତ୍ରୀମାନଙ୍କ ଭିଡିଓ କନ୍ଫରେନ୍ସ ପରେ ଋଣ ଆଦାୟ ସ୍ଥଗିତ ରଖିବାକୁ ଘୋଷଣା କରାଯାଇଛି। ଫଳରେ ଗରିବ ଦେଶଗୁଡ଼ିକ ଏହି ଅର୍ଥକୁ ସ୍ବାସ୍ଥ୍ୟସେବା ଓ ସହାୟତା ଯୋଗାଇବାରେ ବିନିଯୋଗ କରିପାରିବେ। ୭୬ଟି ରାଷ୍ଟ୍ର ଏଥିରୁ ଉପକୃତ ହେବେ ବୋଲି ଫ୍ରାନ୍ସ ଅର୍ଥମନ୍ତ୍ରୀ ବ୍ରୁନୋ ଲେ ମାଇରେ କହିଛନ୍ତି।