ଗରିବ ଲୋକଙ୍କ ବିଦ୍ୟୁତ୍‌ କାଟିଲେ ରାସ୍ତାକୁ ଓହ୍ଲାଇବ କଂଗ୍ରେସ: ସୁର

ଭୁବନେଶ୍ୱର,୧୦।୧(ବ୍ୟୁରୋ): ସେଣ୍ଟ୍ରାଲ ଇଲେକ୍ଟ୍ରିସିଟି ସପ୍ଲାଏ ୟୁଟିଲିଟି(ସେସୁ) ବିଦ୍ୟୁତ୍‌ କାଟ୍‌ ନିଷ୍ପତ୍ତିକୁ କଂଗ୍ରେସ ବିରୋଧ କରିଛି। ଗରିବ ଲୋକଙ୍କ ଲାଇନ୍‌ କାଟିଲେ କଂଗ୍ରେସ ଆନ୍ଦୋଳନ କରିବ। କାହାରିକୁ ଗାଁକୁ ପୂରାଇ ଦିଆଯିବ ନାହିଁ। ମୁଣ୍ଡ ଉପରେ ପିଲାଙ୍କ ପରୀକ୍ଷା ଥିବାରୁ ଏହି ନିଷ୍ପତ୍ତି ବଦଳାଯାଉ ବୋଲି ଶୁକ୍ରବାର ବିଧାୟକ ସୁରେଶ ରାଉତରାୟ କହିଛନ୍ତି।

ପ୍ରକାଶଯୋଗ୍ୟ, ଜାନୁୟାରୀ ୧୬ ପରଠାରୁ ବିଦ୍ୟୁତ୍‌ ବକେୟା ଦେଇ ନ ଥିବା ଉପଭୋକ୍ତାଙ୍କ ବିଦ୍ୟୁତ୍‌ ବିଚ୍ଛିନ୍ନ କରାଯିବ। ଏଥିଲାଗି ୪୧୩ଟି ସ୍କ୍ବାଡ୍‌ ଗଠନ କରାଯାଇଛି। ୧୬ ତାରିଖରୁ ସ୍ବତନ୍ତ୍ର ଡ୍ରାଇଭ ଆରମ୍ଭ ହେବ। ବକେୟା ରଖିଥିବା ୧୧,୫୯୭ଟି ଗ୍ରାମକୁ ଚିହ୍ନଟ କରାଯାଇଛି। ସେସୁର ୨୦ ଡିଭିଜନରେ ଥିବା ଉକ୍ତ ଗ୍ରାମଗୁଡ଼ିକରେ ବିଦ୍ୟୁତ୍‌ କାଟ ଅଭିଯାନ ଆରମ୍ଭ ହେବ ବୋଲି ସେସୁ ସିଇଓ ଅରୁଣ ବୋଥ୍ରା କହିଛନ୍ତି।

Share