ଗରିବ ହୋଇଯାଇଛନ୍ତି ଦୀପିକା !

ମୁମ୍ବାଇ: ବଲିଉଡ୍‌ ନାୟିକା ଦୀପିକା ପାଦୁକୋନ୍‌ ଏବେ ତାଙ୍କ ଅପକମିଙ୍ଗ ପ୍ରୋଜେକ୍ଟ ପାଇଁ ବ୍ୟସ୍ତ ଅଛନ୍ତି। ହେଲେ ଏହାରି ଭିତରେ ବି ସେ ସମୟ ବାହାର କରି ତାଙ୍କ ବେଷ୍ଟ ଫ୍ରେଣ୍ଡ ଉର୍ବଶୀ କୋଶଓ୍ବାନୀଙ୍କ ବିବାହରେ ଯୋଗ ଦେଇ ଆସିଛନ୍ତି ଚର୍ଚ୍ଚାକୁ। ନିକଟରେ ଏହି ବିବାହ ଅନୁଷ୍ଠିତ ହୋଇଥିବା ବେଳେ ଦୀପିକା ତାଙ୍କ ସ୍ବାମୀ ରଣବୀର ସିଂ ଓ ସାନ ଭଉଣୀ ଅନିଷା ପାଦୁକୋନଙ୍କ ସହ ମିଶି ଏହି ଉତ୍ସବରେ ଯୋଗ ଦେଇଥିଲେ।

ଏହି ସମୟରେ ଦୀପିକା ଏକ ଗୋଲ୍‌ଡେନ୍‌ କଲର ଶାଢୀରେ ଖୁବ୍‌ ସୁନ୍ଦର ଲାଗୁଥିଲେ। ହେଲେ ବିବାହ ଉତ୍ସବରୁ ଫେରିବା ପରେ ଦୀପିକାଙ୍କର କିଛି ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଯାହାକୁ ଦେଖିବା ପରେ ୟୁଜର୍ସ ଭିନ୍ନ ଭିନ୍ନ ପ୍ରକାରର କମେଣ୍ଟ ଦେଉଛନ୍ତି। କିଏ କହୁଛି ଦୀପିକା ବିବାହ ପରେ ଗରିବ ହୋଇ ଯାଇଛନ୍ତି ତ ଆଉ କିଏ କହୁଛି ଦୀପିକାଙ୍କ ପାଖେ ଆଉ ନୂଆ ଶାଢୀ ନାହିଁ। ଅସଲ ଘଟଣା ହେଲା କେବେବି ନିଜ ଡ୍ରେସ୍‌ ଅବା ଶାଢୀ ବାରମ୍ବାର ପିନ୍ଧିବାକୁ ଚାହୁଁ ନ ଥିବା ଦୀପିକା କୁଆଡେ ଉକ୍ତ ବିବାହ ଉତ୍ସବରେ ପୁରୁଣା ଶାଢୀ ପିନ୍ଧିଥିଲେ। ଅର୍ଥାତ୍‌ ସେ ତାଙ୍କ ବିବାହ ସମୟରେ ବେଙ୍ଗାଲୁରୁ ରିସେପଶନରେ ପିନ୍ଧିଥିବା ଶାଢିଟିକୁ କୁଆଡେ ସେଦିନ ବିବାହରେ ପିନ୍ଧି ଦେଇଥିଲେ। ହେଲେ ଏହାକୁ ନେଇ ଏପର୍ଯନ୍ତ ଦୀପିକା କିଛି କହି ନାହାଁନ୍ତି।

Share