Categories: ଜାତୀୟ

ଗର୍ଭପାତ ସମୟସୀମା ବୃଦ୍ଧି ବିଲ୍‌ ଲୋକ ସଭାରେ ଆଗତ

ନୂଆଦିଲ୍ଲୀ,୩ା୩(ପି.ଟି.): ହସ୍ପିଟାଲ ଦ୍ୱାରା ଅନୁମୋଦିତ ଗର୍ଭପାତ ପାଇଁ ସର୍ବାଧିକ ସମୟସୀମା ୨୦ ସପ୍ତାହରୁ ୨୪ ସପ୍ତାହକୁ ବଢ଼ାଇବା ପାଇଁ ଏକ ବିଲ୍‌ ସୋମବାର ଲୋକ ସଭାରେ ଆଗତ ହୋଇଛି। ଦିଲ୍ଲୀ ଦଙ୍ଗାକୁ ନେଇ ଗୃହରେ ପ୍ରବଳ ହଟ୍ଟଗୋଳ ଚାଲିଥିବାବେଳେ ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ମେଡିକାଲ ଟର୍ମିନେଶନ ଅଫ୍‌ ପ୍ରେଗ୍‌ନାନ୍ସୀ (ସଂଶୋଧନ) ବିଲ୍‌, ୨୦୨୦ ଆଗତ କରିଥିଲେ। ଗତ ମାସରେ ଏହି ବିଲ୍‌କୁ କ୍ୟାବିନେଟ ଅନୁମୋଦନ କରିଥିଲା। ସମୟସୀମା ବଢ଼ିବା ଦ୍ୱାରା ଏହା ମହିଳାଙ୍କ ନିରାପଦ ଗର୍ଭପାତରେ ସହାୟକ ହୋଇପାରିବ। ଗର୍ଭଧାରଣ ସମ୍ପର୍କରେ ଜାଣିପାରୁ ନ ଥିବା ବଳାତ୍କାର ପୀଡିତା, ଭିନ୍ନକ୍ଷମ ଓ ନାବାଳିକାଙ୍କ କ୍ଷେତ୍ରରେ ଏହା ସହାୟକ ହୋଇପାରିବ ବୋଲି ବିଲ୍‌ରେ କୁହାଯାଇଛି।

Share