ଗର୍ଭବତୀଙ୍କୁ ଅସଦାଚରଣ, ଆକ୍ରମଣ ମାମଲା: ଅଭିଯୁକ୍ତ ଗିରଫ

ଦିଗପହଣ୍ଡି,୧୧।୯(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ପୋଲିସ ଗର୍ଭବତୀଙ୍କୁ ଅସଦାଚରଣ, ଆକ୍ରମଣ ମାମଲାରେ ବୁଧବାର କୈଠଖଣ୍ଡି ପଞ୍ଚାୟତ ଚକାତେନ୍ତୁଳି ଗ୍ରାମର ଭଗବାନ ଗୌଡଙ୍କୁ ଗିରଫ କରିଛି।
ପୋଲିସ ସୂଚନାନୁଯାୟୀ, ସୋମବାର ସନ୍ଧ୍ୟାରେ ଗାଁ ରାସ୍ତାରେ ଖେଳୁଥିବା ପିଲାମାନଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏହି ଘଟଣାକୁ କେନ୍ଦ୍ରକରି ସନ୍ଧ୍ୟାରେ ଅଭିଯୁକ୍ତ ଭଗବାନ ଗ୍ରାମର ଜଣେ ଗର୍ଭବତୀ ମହିଳାଙ୍କୁ ଗାଳିଗୁଲଜ କରିଥିଲେ। ସେ ଏହାର ପ୍ରତିବାଦ କରିବାରୁ ଅଭିଯୁକ୍ତ ଭଗବାନ ଘର ବାରଣ୍ଡାକୁ ଯାଇ ତାଙ୍କ ପେଟକୁ ଆଘାତ କରିବା ସହ ଅସଦାଚରଣ କରିଥିଲେ। ମଙ୍ଗଳବାର ମହିଳାଙ୍କ ଏତଲା କ୍ରମେ ଥାନା ଆଇଆଇସି ବସନ୍ତ କୁମାର ସେଠୀ କେସ୍‌ ନଂ ୧୭୮/୧୯ରେ ମାମଲା ରୁଜୁକରି ତଦନ୍ତ ଚଳାଇଥିଲେ। ତଦନ୍ତକାରୀ ପୋଲିସ ଅଧିକାରୀ ଏସଆଇ ମଧୁସ୍ମିତା ପ୍ରଧାନ ଅଭିଯୁକ୍ତଙ୍କୁ ଗିରଫ କରି ପଚରାଉଚରା ଜାରି ରଖିଛନ୍ତି।