ଓ୍ବାଶିଂଟନ,୨୪ା୧:‘ପ୍ରଜନନ ପର୍ଯ୍ୟଟନ’ ଉପରେ କଟକଣା ଲଗାଇବାକୁ ଯାଉଛନ୍ତି ଆମେରିକା ସରକାର। ଅନେକ ମହିଳା ପିଲା ଜନ୍ମ କରିବାକୁ ଆମେରିକା ଆସୁଛନ୍ତି, ଯେପରି ସେମାନଙ୍କ ପିଲା ସେଠାର ପାସ୍ପୋର୍ଟ ପାଇବାକୁ ଯୋଗ୍ୟ ହୋଇପାରିବ। ଏଭଳି ବ୍ୟବସ୍ଥା ବନ୍ଦ କରିବା ଲାଗି ଡୋନାଲ୍ଡ ଟ୍ରମ୍ପ୍ ପ୍ରଶାସନ ଗୁରୁବାର ଏକ ନୂଆ ଭିଜା କଟକଣା ନୀତି ଆଣିଛନ୍ତି। ଉକ୍ତ ନୀତି ଅନୁଯାୟୀ ପିଲା ଜନ୍ମ କରିବାକୁ ଆସୁଥିବା ମହିଳାଙ୍କୁ ଅନ୍ୟାନ୍ୟ ବିଦେଶୀ ରୋଗୀଙ୍କ ଭଳି ବିବେଚନା କରାଯିବ। ସେମାନେ ଚିକିତ୍ସା ପାଇଁ ଆସିଛନ୍ତି ଓ ଅର୍ଥ ପୈଠ କରିଛନ୍ତି ବୋଲି ପ୍ରମାଣ ଦେଖାଇବାକୁ ହେବ। ଶୁକ୍ରବାରଠାରୁ ଏହି ନୂଆ ନିୟମ କାର୍ଯ୍ୟକାରୀ ହେବାକୁ ଯାଉଛି।