ଗର୍ଭବତୀଙ୍କ ପ୍ରସବ ଯନ୍ତ୍ରଣା କମାଇବାକୁ ଡାକ୍ତରଙ୍କ ନୂଆ ପଦକ୍ଷେପ

ବ୍ରିଟେନ୍‌: ବିଜ୍ଞାନର ଅଗ୍ରଗତି ଯୋଗୁ ପ୍ରତିଦିନ କିଛି ନା କିଛି ନୂଆ ନୂଆ ଉଦ୍ଭାବନ କରାଯାଉଛି। ଯଦ୍ଦ୍ବାରା ଅସାଧ୍ୟ କାମ ମଧ୍ୟ ସହଜରେ ସାଧନ ହୋଇପାରୁଛି। ଗର୍ଭବତୀମାନଙ୍କ ପ୍ରସବ ଯନ୍ତ୍ରଣା କମାଇବାକୁ ବ୍ରିଟେନ୍‌ର ଡାକ୍ତରମାନେ ଗବେଷଣା କରି ଏକ ସିଦ୍ଧାନ୍ତରେ ଉପନୀତ ହୋଇଛନ୍ତି। ଯାହାକୁ ସବୁଆଡ଼େ ପ୍ରଶଂସା କରାଯାଉଛି। ଜାଣନ୍ତୁ ଏ ସମ୍ପର୍କରେ…


ବ୍ରିଟେନ୍‌ର ଏକ ହସ୍ପିଟାଲରେ ଗର୍ଭବତୀଙ୍କ ପ୍ରସବ ଯନ୍ତ୍ରଣା କମାଇବାକୁ ପ୍ରଥମଥର ଏହି ନୂଆ ପଦକ୍ଷେପ ଗ୍ରହଣ କରାଯାଇଛି। ଏଠାକାର ନ୍ୟାଶନାଲ୍‌ ହେଲ୍‌ଥ ସର୍ଭିସ ପକ୍ଷରୁ ହସ୍ପିଟାଲରେ ଗର୍ଭବତୀଙ୍କୁ ଭର୍ଚୁଆଲ ରିୟଲିଟି ହେଡ୍‌ସେଟ୍‌ ପିନ୍ଧିବା ପାଇଁ ସୁବିଧା ରଖାଯାଇଛି। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଲା ଗର୍ଭବତୀ ଲେବର ରୁମ୍‌କୁ ଯିବା ପୂର୍ବରୁ ଯନ୍ତ୍ରଣା ଉପରୁ ନଜର ହଟିବ। ୭ ମିନିଟ୍‌ ପାଇଁ ହେଡ୍‌ସେଟ୍‌ ପିନ୍ଧିବାକୁ ପଡ଼ିବ। ଏହି ସମୟରେ ଭିଆର୍‌ରେ ଲାଇଟିଂ, ସମୁଦ୍ର ଲହଡ଼ି, ମଙ୍ଗଳ ଗ୍ରହରେ ପାଦ ଥାପିବା, ପେଙ୍ଗୁଇନ୍‌ ଗହଣରେ ଥିବା ପରି ଅନୁଭବ କରିବେ। ଏଥିସହିତ ମନକୁ ଶାନ୍ତ ରଖିବା ପାଇଁ ସଂଗୀତ ମଧ୍ୟ ଶୁଣିପାରିବେ। ଏହା ପ୍ରଥମେ ଓ୍ବେଲ୍‌ସର ସମସ୍ତ ହସ୍ପିଟାଲରେ ଲାଗୁ କରାଯିବ। କହିରଖୁଛୁ, କାଡ୍ରିଫ୍‌ର ୟୁନିଭରସିଟି ହସ୍ପିଟାଲରେ ହେଡ୍‌ସେଟ୍‌ ଉପରେ ପରୀକ୍ଷା ନିରୀକ୍ଷା ଚାଲିଛି।

Share