Advertisement

ଗର୍ଭବତୀ ମହିଳାଙ୍କ ଅସ୍ବାଭାବିକ ମୃତ୍ୟୁ : ବାପଘର ଲୋକେ ଆଣିଲେ ହତ୍ୟା ଅଭିଯୋଗ

ଓଡ଼ଗାଁ,୩୦ା୬(ସ୍ବ.ପ୍ର.): ନୟାଗଡ଼ ଜିଲା ଓଡ଼ଗାଁ ଥାନା କୋମଣ୍ଡ ପଞ୍ଚାୟତ ନବରତ୍ନପୁର(ବୁଢ଼ାପଦା)ରେ ଜଣେ ଗର୍ଭବତୀ ମହିଳାଙ୍କ ଅସ୍ବାଭାବିକ ଅବସ୍ଥାରେ ରବିବାର ମୃତ୍ୟୁ ଘଟିଛି। ମୃତ ମହିଳା ଜଣକ ବନମାଳୀ ବେହେରାଙ୍କ ସ୍ତ୍ରୀ ସୁଷମା(୨୯)ବୋଲି ଜଣାପଡ଼ିଛି। ପରିବାର ଲୋକେ ଅକସ୍ମାତ ଗର୍ଭପାତ କାରଣରୁ ମୃତ୍ୟୁ ଘଟିଥିବା କହୁଥିବାବେଳେ ବାପଘର ଲୋକେ ତାଙ୍କ ଝିଅକୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି । ପୋଲିସ ଓ ଫରେନ୍‌ସିକ୍‌ ଟିମ୍‌ ଘଟଣାସ୍ଥଳ ପରିଦର୍ଶନ କରି ତଥ୍ୟ ସଂଗ୍ରହ କରିଛି। ଏନେଇ ପୋଲିସ ଏକ ମାମଲା ରୁଜୁ କରିବା ସହିତ ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel