ଗର୍ଭବତୀ ମହିଳା ଅଦା ଚା’ ପିଇବା ହାନିକାରକ

ଗର୍ଭବତୀ ମହିଳାଙ୍କୁ ଅନେକ ସତର୍କତା ଅବଲମ୍ବନ କରିବାକୁ ପଡ଼ିଥାଏ। ସ୍ବାସ୍ଥ୍ୟପ୍ରଦ ଖାଦ୍ୟ, ହାଲ୍‌କା ବ୍ୟାୟାମ୍‌ ଦ୍ୱାରା ଜଣେ ମହିଳା ସୁସ୍ଥସବଳ ଶିଶୁକୁ ଜନ୍ମ ଦେଇଥାଏ। ଗର୍ଭଧାରଣ କରିବା ଦିନଠୁ ନେଇ ପିଲା ଜନ୍ମ ପର୍ଯ୍ୟନ୍ତ ମହିଳାଙ୍କ ଶରୀରରେ ଅନେକ ପରିବର୍ତ୍ତନ ଆସିଥାଏ। ଏମିତିରେ ଅନେକ ଗର୍ଭବତୀ ମହିଳାଙ୍କ ମଧ୍ୟରେ ଚା’ ପିଇବା ଅଭ୍ୟାସ ଥାଏ। କିନ୍ତୁ ଅଦା ଚା’ ପିଇବା ଦ୍ୱାରା ଗର୍ଭବତୀ ମହିଳାଙ୍କ ସ୍ବାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡ଼ିଥାଏ। ଯଦିଓ ଅଦା ଶରୀରକୁ ହାନି ପହଞ୍ଚାଇ ନ ଥାଏ ଏବଂ ଶୀତଦିନେ ଏହା ବେଶ୍‌ ଲାଭଦାୟକ ଥାଏ, ତଥାପି ଏହା ଶରୀରକୁ ଭିତରୁ ଗରମ ରଖିଥାଏ। ଯାହାକି ଗର୍ଭବତୀ ମହିଳାଙ୍କ ପାଇଁ ହାନିକାରକ ସାବ୍ୟସ୍ତ ହୋଇଥାଏ। ଏ ସମୟରେ ସେମାନଙ୍କ ଶରୀର ଅତ୍ୟନ୍ତ କୋମଳ ଥାଏ। ପ୍ରତିଦିନ ଅଦା ଚା’ ପିଇବା ଦ୍ୱାରା ଗ୍ୟାସ୍‌ ସମସ୍ୟା, ପେଟ ଗଡ଼ବଡ଼, ଡାଇରିଆ, ଛାତିରେ ଜ୍ୱଳନ ଭଳି ସମସ୍ୟା ବଢ଼ିଯାଏ। ଯଦି ଏହି ଚା’ ପିଇବାକୁ ଇଚ୍ଛା ଥାଏ, ତେବେ ଡାକ୍ତରୀ ପରାମର୍ଶ ଦ୍ୱାରା କେତେ ପରିମାଣର ସେବନ କରିବା ଉଚିତ୍‌ ତାହା ବୁଝିନେବା ଉଚିତ୍‌। କିନ୍ତୁ ଯେଉଁ ଗର୍ଭବତୀ ମହିଳାମାନେ ଉଚ୍ଚରକ୍ତଚାପ ଜନିତ ସମସ୍ୟାରେ ପୀଡ଼ିତ ଥାନ୍ତି, ସେମାନେ ଅଦା ଚା’ଠାରୁ ସମ୍ପୂର୍ଣ୍ଣ ଦୂରେଇ ରହିବା ଭଲ ହେବ।

Share