ଗର୍ଭବତୀ ଥିବା ନେଇ କ’ଣ କହିଲେ ଅନୁଷ୍କା

ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଗର୍ଭବତୀ ଥିବା ନେଇ ଏବେ ଚାରିଆଡେ ଚର୍ଚ୍ଚା ହେଉଛି। ଏନେଇ ନିଜେ ମୁହଁ ଖୋଲିଛନ୍ତି ଅନୁଷ୍କା। ସେ କହିଛନ୍ତି, ମୋ ନିଜର ଏକ ବ୍ୟକ୍ତିଗତ ଜୀବନ ଅଛି ତାକୁ ନେଇ ଚର୍ଚ୍ଚା ହେବା ଆଦୌ ଉଚିତ୍‌ ନୁହେଁ। ମୁଁ କେବେ ମା’ ହେବି ତାହା ସମ୍ପୂର୍ଣ୍ଣ ମୋ ଉପରେ ନିର୍ଭର କରେ। ତେଣୁ ଏଭଳି ଉଡା ଖବରକୁ ଅଧିକ ଚର୍ଚ୍ଚା କରିବା ଠିକ୍‌ ନୁହେଁ ବୋଲି ଫିଲ୍ମଫେୟାରକୁ ଦେଇଥିବା ଏକ ସାକ୍ଷାତକାରରେ ସେ ଏହା କହିଛନ୍ତି। ଗତ ବର୍ଷେ ହେବ ଫିଲ୍ମ ଦୁନିଆରୁ ନିଜକୁ ଦୂରେଇ ରଖି ସ୍ବାମୀ ବିରାଟ କୋହଲିଙ୍କୁ ଅଧିକ ସମୟ ଦେଉଛନ୍ତି ଅନୁଷ୍କା। ଆଗକୁ ମଧ୍ୟ ସେ କୌଣସି ଫିଲ୍ମରେ ସାଇନ୍‌ କରିନାହାନ୍ତି।

Share