ଗର୍ଭାବସ୍ଥାରେ ଏସବୁ ଖାଇଲେ ରହିଥାଏ ଗର୍ଭପାତ ଆଶଙ୍କା

ସାଧାରଣତଃ ଗର୍ଭାବସ୍ଥାରେ ସ୍ବାସ୍ଥ୍ୟକର ଖାଦ୍ୟ ଖାଇବା ଉଚିତ୍‌। କିନ୍ତୁ ଏମିତି କିଛି ଖାଦ୍ୟପାନୀୟ ରହିଛି, ଯାହାକୁ ଖାଇଲେ ଗର୍ଭପାତ ଆଶଙ୍କା ରହିଥାଏ ବୋଲି ଏକ ଗବେଷଣାରୁ ଜଣାପଡ଼ିଛି। ଜାଣନ୍ତୁ ଏ ସମ୍ପର୍କରେ…

ଅମୃତଭଣ୍ଡା :
ଗର୍ଭାବସ୍ଥାର ଆରମ୍ଭରେ କଞ୍ଚା ଅମୃତଭଣ୍ଡା ଖାଇଲେ ଗର୍ଭପାତ ଆଶଙ୍କା ବଢ଼ିଥାଏ। ଅମୃତଭଣ୍ଡାରେ ପପେନ ନାମକ ଏକ ତତ୍ତ୍ୱ ରହିଛି, ଯାହା ଗର୍ଭସ୍ଥ ଶିଶୁର ବିକାଶରେ ବାଧା ସୃଷ୍ଟି କରିଥାଏ। ତେବେ ପ୍ରସବ ପରେ ଅମୃତଭଣ୍ଡା ଖାଇବାରେ କୋଣସି ସମସ୍ୟା ଉପୁଜି ନ ଥାଏ।

ଅଙ୍ଗୁର :
ଗର୍ଭାବସ୍ଥାରେ ମହିଳାମାନେ ଅଙ୍ଗୁର ଖାଇବାକୁ ବାରଣ ରହିଛି । କାରଣ ଏହା ଗର୍ଭସ୍ଥ ଶିଶୁ ପାଇଁ ହାନିକାରକ।

ସପୁରି:
ଗର୍ଭାବସ୍ଥାରେ ସପୁରି ଖାଇବା କ୍ଷତିକାରକ। ସପୁରିରେ ବ୍ରୋମେଲିନ୍‌ ଅଧିକ ଥିବାରୁ ଶୀଘ୍ର ପ୍ରସବ ସମ୍ଭାବନା ବଢ଼ିଥାଏ।

ଚା’, କଫି:
ଗର୍ଭାବସ୍ଥାରେ ଚା’ କିମ୍ବା କଫି ଆଦୌ ଗ୍ରହଣୀୟ ନୁହେଁ। ଏହା ଗର୍ଭସ୍ଥ ଶିଶୁର ବିକାଶରେ ବାଧା ସୃଷ୍ଟି କରିଥାଏ। ସେହିପରି ଗର୍ଭବତୀ ଜଙ୍କ୍‌ଫୁଡ୍‌ଠାରୁ ଦୂରେଇ ରହିବା ଉଚିତ୍‌।