ଗର୍ଭାବସ୍ଥାରେ ଦେହ ପାଇଁ ହିତ ଦେଶୀ ଘିଅ

ଗର୍ଭାବସ୍ଥାରେ ଦେଶୀ ଗାଈ ଘିଅ ଖାଇଲେ ଦେହ ପାଇଁ ହିତକର ହୋଇଥାଏ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି। ଏକ ରିପୋର୍ଟରୁ ପ୍ରକାଶ, ଦେଶୀ ଘିଅରେ ପର୍ଯ୍ୟାପ୍ତ ମାତ୍ରାରେ ଓମେଗା ଫ୍ୟାଟି ଏସିଡ୍‌, ଆଣ୍ଟିଅକ୍ସିଡାଣ୍ଟ, ଭିଟାମିନ୍‌ ଏବଂ ଖଣିଜ ଭରପୂର ମାତ୍ରାରେ ରହିଛି। ଯାହା ଗର୍ଭାବସ୍ଥାରେ ମହିଳାଙ୍କ ପାଇଁ ନିହାତି ଜରୁରୀ। ଗର୍ଭାବସ୍ଥା ସମୟରେ ଦେଶୀ ଘିଅ ଖାଇଲେ ଉଭୟ ମା’ ଓ ଶିଶୁଙ୍କ ପାଇଁ ଲାଭଦାୟକ ହୋଇଥାଏ। ତେଣୁ ଖାଇବା ସମୟରେ ଦେଶୀ ଘିଅ ଖାଦ୍ୟରେ ସାମିଲ କରିବା ଜରୁରୀ। ଘିଅର ଆଣ୍ଟି ଭାଇରାଲ ଗୁଣ ମଧ୍ୟ ରହିଛି। ଯାହା ପାଚନତନ୍ତ୍ରକୁ ମଜଭୁତ କରିଥାଏ। ଶିଶୁର ବିକାଶ ପାଇଁ ମା’କୁ ପ୍ରାୟ ଦୈନିକ ୩୦୦ କ୍ୟାଲୋରୀ ଶକ୍ତି ଆବଶ୍ୟକ ପଡ଼ିଥାଏ। ଯାହା ଦେଶୀ ଘିଅରୁ ହିଁ ମିଳିଥାଏ। ଗର୍ଭାବସ୍ଥା ସମୟରେ ଜଣେ ମହିଳାଙ୍କୁ ଦିନମାନ ଭିତରେ ୫୦ ଗ୍ରାମରୁ ଅଧିକ ଘିଅ ଖାଇବା ଅନୁଚିତ। ଦେଶୀ ଘିଅରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଶରୀରକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ। ମନେରଖିବେ ଗର୍ଭାବସ୍ଥାରେ କେତେମାତ୍ରାର ଦେଶୀ ଘିଅ ଖାଇବେ ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ।