Categories: ଖେଳ

ଗର୍ଲଫ୍ରେଣ୍ଡଙ୍କ ସହ ଶାରୀରିକ ସମ୍ପର୍କ ନେଇ ଏମିତି କହିଲେ ରୋନାଲ୍ଡୋ

ମାଡ୍ରିଡ୍‌,୧୮।୯: ବର୍ତ୍ତମାନ ବିଶ୍ୱ ଫୁଟ୍‌ବଲର ଶ୍ରେଷ୍ଠ ଖେଳାଳି ବିବେଚିତ ହେଉଥିବା କ୍ରିଷ୍ଟିଆନୋ ରୋନାଲ୍ଡୋ ନିଜ ମଡେଲ ଗର୍ଲଫ୍ରେଣ୍ଡ ଜର୍ଜିନା ରୋଡ୍ରିଗୁଏଜଙ୍କ ସମ୍ପର୍କରେ ଏମିତି ଏକ ମନ୍ତବ୍ୟ ଦେଇଛନ୍ତି, ଯାହାକୁ ଅନେକ ପ୍ରଶଂସକ ନାପସନ୍ଦ କରିପାରନ୍ତି। ଏକ ଅନ୍ତର୍ଜାତୀୟ ଚ୍ୟାନେଲକୁ ଦେଇଥିବା ସାକ୍ଷାତ୍‌କାରରେ ୩୪ ବର୍ଷୀୟ ପର୍ତ୍ତୁଗାଲ ଷ୍ଟାର କହିଛନ୍ତି, ୨୦୧୮ରେ ରିୟଲ ମାଡ୍ରିଡ୍‌ ପକ୍ଷରୁ ଖେଳୁଥିବାବେଳେ ଜୁଭେଣ୍ଟସ ବିପକ୍ଷରେ ବାଇସାଇକେଲ କିକ୍‌ ଜରିଆରେ ଦେଇଥିବା ଗୋଲ ମୋ କ୍ୟାରିୟରର ଶ୍ରେଷ୍ଠ ଗୋଲ। କାରଣ ମୁଁ ପ୍ରାୟ ୭୦୦ ଗୋଲ କରିସାରିଛି, ହେଲେ ଏଭଳି ଷ୍ଟାଇଲରେ କେବେ କରିନାହିଁ। ଶେଷରେ ମୁଁ ବାଇସାଇକେଲ କିକ୍‌ ଦେବାରେ ସଫଳ ହୋଇଛି। କିନ୍ତୁ ଏହି ଗୋଲ ମଡେଲ ଗର୍ଲଫ୍ରେଣ୍ଡ ଜର୍ଜିନାଙ୍କ ସହ ଶାରୀରିକ ସମ୍ପର୍କ ରଖିବାର ଅନୁଭୂତି ସହ ତୁଳନୀୟ ନୁହେଁ। ବର୍ତ୍ତମାନ ଜୁଭେଣ୍ଟସ ପକ୍ଷରୁ ଖେଳୁଥିବା ରୋନାଲ୍ଡୋ ଆହୁରି କହିଛନ୍ତି, ଗର୍ଲଫ୍ରେଣ୍ଡ ଜର୍ଜିନାଙ୍କ ସହ ପ୍ରଥମ ଦେଖାରେ ହିଁ ପ୍ରେମ ହୋଇଯାଇଥିଲା। ମୋ ପରିବାର ଚଳାଇବାରେ ସେ ମୋତେ ସାହାଯ୍ୟ କରନ୍ତି। ତାଙ୍କ ପ୍ରେମରେ ମୁଁ ଏବେ ବି ଅଛି। ସେ ମୋ ହୃଦୟରେ ଅଛନ୍ତି। ଜର୍ଜିନାଙ୍କୁ ଶୀଘ୍ର ବିବାହ କରିବା ନେଇ ପ୍ରଶ୍ନ କରାଯାଇଥିଲା, ଯାହାର ଉତ୍ତରରେ ରୋନାଲ୍ଡୋ କହିଛନ୍ତି, ନିଶ୍ଚିତ ବିବାହ କରିବି। କିନ୍ତୁ କେବେ ଜଣାନାହିଁ। ମୋତେ ବିବାହିତ ଦେଖିବା ମୋ ମା’ଙ୍କ ସ୍ବପ୍ନ।

Share