Categories: ଖେଳ

ଗର୍ଲଫ୍ରେଣ୍ଡର ସାଙ୍ଗକୁ ବି ଛାଡ଼ି ନ ଥିଲେ ଏହି ମହାନ୍‌ କ୍ରିକେଟର

କୁହାଯାଏ ଗର୍ଲଫ୍ରେଣ୍ଡଠାରୁ ତା’ ସାଙ୍ଗ ଆହୁରି ସୁନ୍ଦରୀ। ଏହା ହିଁ ଘଟିଥିଲା ପୂର୍ବତନ ଭାରତୀୟ ଅଲରାଉଣ୍ଡର ଯୁବରାଜ ସିଂ (ଯୁବି)ଙ୍କ କ୍ଷେତ୍ରରେ। ହେଜଲ କିଜଙ୍କୁ ବିବାହ କରିବା ପୂର୍ବରୁ ଅବସରପ୍ରାପ୍ତ ଖେଳାଳି ବଲିଉଡ ଅଭିନେତ୍ରୀ କିମ୍‌ ଶର୍ମାଙ୍କ ସହ ବ୍ରେକଅପ୍‌ ପରେ ତାଙ୍କ ସାଙ୍ଗ ସହ ରିଲେଶନଶିପ୍‌ରେ ରହିଥିଲେ। ସେ ବଲିଉଡ ଅଭିନେତ୍ରୀ କିମ୍‌ଙ୍କ ସହ ୪ ବର୍ଷ ପ୍ରେମ ସମ୍ପର୍କରେ ଥିଲେ। ଏହା ଥିଲା ଯୁବିଙ୍କ ସବୁଠୁ ଲମ୍ବା ରିଲେଶନଶିପ। କିମ୍‌ଙ୍କ ପରେ ତାଙ୍କ ସାଥୀ ଅଭିନେତ୍ରୀ ପ୍ରୀତି ଝାଙ୍ଘିଆଙ୍କୁ ମଧ୍ୟ ଯୁବି ଛାଡ଼ି ନ ଥିଲେ। ଉଭୟଙ୍କ ମଧ୍ୟରେ ଗଢ଼ି ଉଠିଥିଲା ଚୋରା ପ୍ରେମ ସମ୍ପର୍କ। ତେବେ ଦୁହିଁଙ୍କ ମଧ୍ୟରୁ କେହି ଏହାକୁ କଦାପି ସ୍ବୀକାର କରି ନ ଥିଲେ। କିନ୍ତୁ ସେମାନଙ୍କୁ ବହୁ ଇଭେଣ୍ଟରେ ଏକାଠି ଦେଖିବାକୁ ମିଳିଥିଲା। କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ବିଚ୍ଛେଦ ଘଟିଥିଲା। କିମ୍‌ଙ୍କ ଭଳି ପ୍ରୀତି ମଧ୍ୟ ବଲିଉଡ ସୁପରଷ୍ଟାର ଶାହାରୁଖ ଖାନ ଓ ଅମିତାଭ ବଚ୍ଚନଙ୍କ ହିଟ୍‌ ଫିଲ୍ମ ‘ମହବତେଁ’ରେ ଡେବ୍ୟୁ କରିଥିଲେ।

Share