Advertisement
Categories: ଜାତୀୟ

ଗର୍ଲଫ୍ରେଣ୍ଡ୍‌ଙ୍କୁ ବିବାହ କରିବା ପାଇଁ ନିଜକୁ ଅପହରଣ କରାଇଲେ ଯୁବକ

ଲକ୍ଷ୍ନୌ,୨୮।୪: ଗର୍ଲଫ୍ରେଣ୍ଡ୍‌ଙ୍କୁ ବିବାହ କରି ପାଇଁ ଉତ୍ତରପ୍ରଦେଶ ଝାଂସୀର ଜଣେ ଯୁବକ ନିଜକୁ ଅପହରଣ କରାଇଛନ୍ତି। ଘର ଲୋକେ ୩୧ ବର୍ଷ ବୟସ୍କ ସଫ୍ଟଓ୍ବେର ଇଞ୍ଜିନିୟର ରବି ସିଂଙ୍କ ବିବାହ ଠିକ୍‌ କରିଥିଲେ। ତେବେ ରବି ଦିଲ୍ଲୀରେ ଥିବା  ଗର୍ଲ ଫ୍ରେଣ୍ଡ୍‌ଙ୍କୁ ବିବାହ କରିବା ପାଇଁ ତାଙ୍କ ପିତାଙ୍କ ପାଖକୁ ମେସେଜ୍‌ କରିଥିଲେ। ଏଥିରେ ସେ ଅପହୃତ ହୋଇଥିବା ଏବଂ ୫ଲକ୍ଷ ଟଙ୍କା ଦାବି କରିଥିଲେ। ପରିବାର ସଦସ୍ୟ ଏନେଇ ପୋଲିସ ଥାନାରେ ମାମଲା ଦାଏର ନକରି ମେସେଜ୍‌ କୁହାଯାଇଥିବା ଠିକଣାରେ ଟଙ୍କା ନେଇ ପହଞ୍ଚିଥିଲେ। ତେବେ ରବି ଘରକୁ ନ ଫେରିବାରୁ ପୋଲିସ ଥାନାରେ ମାମଲା ଦାଏର କରାଯାଇଥିଲା। ପୋଲିସ ମେସେଜ ଆଧାରରେ ଖୋଳତାଡ଼ ଆରମ୍ଭ କରି ଚଣ୍ଡିଗଡ଼, ହରିଦ୍ୱାର, ଜମ୍ମୁ, ଦିଲ୍ଲୀ ତଥା କୁରୁ କ୍ଷେତ୍ର ଆଦି ଅଞ୍ଚଳରେ ରବିଙ୍କ ସନ୍ଧାନ କରିଥିଲେ। ଶେଷରେ ରବିଙ୍କୁ ଗୁରୁଗ୍ରାମ୍‌ ସେକ୍ଟର ୧୮ରୁ ପୋଲିସ ଧରି ସତ କଥା ଜାଣିପାରିଥିଲେ। ୫ ଲକ୍ଷ ଟଙ୍କା ଖର୍ଚ୍ଚ କରି ରବି ଗର୍ଲଫ୍ରେଣ୍ଡଙ୍କୁ ବିବାହ କରିଥିବା ସ୍ବୀକାର କରିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share