Categories: ଫୁରସତ

ଗର୍ଲଫ୍ରେଣ୍ଡ ଖୋଜି ଦେଲେ ମିଳିବ ୧୮ ଲକ୍ଷ ପୁରସ୍କାର

ଓ୍ବାଶିଂଟନ,୨୦।୨: ଆମେରିକାର ଜଣେ ବ୍ୟବସାୟୀ ତାଙ୍କ ପାଇଁ ଗର୍ଲ ଫ୍ରେଣ୍ଡ ଖୋଜି ଦେଲେ ୧୮ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରିଛନ୍ତି। ୪୭ ବର୍ଷ ବୟସ୍କ ଜେଫ୍‌ ଗେବହାର୍ଟ ଏଭଳି ଘୋଷଣା କରି ରାତାରାତି ସୋସିଆଲ୍‌ ମିଡ଼ିଆରେ ପରିଚିତି ହାସଲ କରିଛନ୍ତି। ଏନେଇ ଜେଫ୍‌ ‘ଡେଟ୍‌ ଜେଫ୍‌ ଜି’ ନାମକ ଏକ ଓ୍ବେବସାଇଟ୍‌ ମଧ୍ୟ ତିଆରି କରିଛନ୍ତି। ସେ ତାଙ୍କ ଓ୍ବେବସାଇଟ୍‌ରେ ସୂଚନା ଦେଇଛନ୍ତି ଯେ, ତାଙ୍କ ଗର୍ଲଫ୍ରେଣ୍ଡଙ୍କଠାରେ ଆତ୍ମବିଶ୍ୱାସ ରହିଥିବ। ଏହା ସହିତ ସେ ଖୁସି ମିଜାଜ ହୋଇଥିବା ଆବଶ୍ୟକ। ସେ ଜେଫ୍‌ଙ୍କ ଖରାପ ଓ ମନ୍ଦ ଗୁଣକୁ ଗ୍ରହଣ କରିନେଇ ତାଙ୍କୁ ଭଲ ପାଇପାରୁଥିବା ଦରକାର ବୋଲି ଓ୍ବେବ୍‌ସାଇଟ୍‌ରେ ସୂଚନା ଦିଆଯାଇଛି।

Share