Categories: ଖେଳ

ଗର୍ଲଫ୍ରେଣ୍ଡ ସହ ଫଟୋ ଶେୟାର କଲେ ପନ୍ତ

ନୂଆଦିଲ୍ଲୀ,୩।୧: ଭାରତୀୟ କ୍ରିକେଟରେ ଭଲ ଉଇକେଟ କିପ୍‌ର ଓ ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ତାଙ୍କ ଖେଳ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ନୂଆବର୍ଷ ଆରମ୍ଭରୁ ସେ ପୁଣି ଚର୍ଚ୍ଚା ପରିସରକୁ ଆସିଛି। ଏବେ ନିଜ ଖେଳ ପାଇଁ ବରଂ ତାଙ୍କ ଲଭ୍‌ ଲାଇଫ୍‌କୁ ନେଇ। ଗୁରୁବାର ରିଷଭ ଇନ୍‌ଷ୍ଟାଗ୍ରାମରେ ନିଜ ଗର୍ଲଫ୍ରେଣ୍ଡ ଇଶା ନେଗୀଙ୍କ ସହ ତାଙ୍କର ଏକ ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଯେଉଁଥିରେ ଏକ ବରଫାପାତ ପାହାଡ଼ରେ ଦୁହିଁଙ୍କୁ ଏକାଠି ଦେଖିବାକୁ ମିଳିଛି। ଏଥିସହ କ୍ୟାପଶନ୍‌ରେ ସେ ଲେଖିଛନ୍ତି, ‘ଯେତେବେଳେ ମୁଁ ତୁମ ସହିତ ସମୟ ବିତାଏ ନିଜେ ଭଲ ଅନୁଭବ କରିଥାଏ’। ପନ୍ତଙ୍କ ଏହି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ବେଳେ ତାଙ୍କ ପ୍ରଶଂସକ ମଧ୍ୟ ବେଶ୍‌ ପସନ୍ଦ କରିଛନ୍ତି। ବର୍ତ୍ତମାନ ଦୁହେଁ ଏକାଠି ଭେକେଶନ୍‌ ମନାଉଛନ୍ତି। ଭେକେଶନ୍‌ର କିଛି କିଛି ଫଟୋ ଇଶା ମଧ୍ୟ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ପୂର୍ବରୁ ବି ପନ୍ତ ନିଜ ଗର୍ଲଫ୍ରେଣ୍ଡଙ୍କ ଫଟୋ ଶେୟାର କରିଥିଲେ। ସୂଚନାଯୋଗ୍ୟ, ଶ୍ରୀଲଙ୍କା ବିରୋଧରେ ଆରମ୍ଭ ହେବାକୁ ଯାଉଥିବା ଟି-୨୦ ସିରିଜ୍‌ରେ ପନ୍ତ ଭାରତ ଦଳ ସହ ନଜର ଆସିବେ। ଏହି ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଗୁଆହାଟୀରେ ଜାନୁୟାରୀ୫କୁ ଖେଳାଯିବ।

Share