Categories: ଜାତୀୟ

ଗଲଓ୍ବାଂ ଘାଟି: ୧୯୬୨ରେ ମଧ୍ୟ ଚାଇନା ଭାରତକୁ ଦେଖାଇଥିଲା ନାଲି ଆଖି

ଲଦାଖ, ୧୬।୬: ଭାରତ ଚାଇନା ସୈନ୍ୟ ସୋମବାର ରାତିରେ ଲଦାଖର ଗଲଓ୍ବାଂ ଘାଟିରେ ମୁହାଁମୁହିଁ ହୋଇଛନ୍ତି। ଉଭୟ ପକ୍ଷ ପରସ୍ପର ଉପରକୁ ଗୁଳି ଚାଳନା କରିଛନ୍ତି। ଏଥିରେ ଭାରତର ଜଣେ କର୍ନେଲ ଏବଂ ୨ ଜଣ ଯବାନ ଶହୀଦ ହୋଇଥିବାବେଳେ ଚାଇନାର ୩ ଜଣ ସୈନ୍ୟ ନିହତ ହୋଇଛନ୍ତି। ଭାରତୀୟ ଯବାନମାନେ ପ୍ରଥମେ ଗୁଳି ଚାଳନା କରିଥିବା ଚାଇନା ଅଭିଯୋଗ କରିଛି। ଏଠାରେ ଏହି ଘଟଣା ପ୍ରଥମ ନୁହେଁ। ଏହାପୂର୍ବରୁ ୧୯୬୨ରେ ଚାଇନା ଏଭଳି କାର୍ଯ୍ୟ ସାରିଛି। ୫୮ ବର୍ଷ ତଳେ ଚାଇନା ସୈନ୍ୟ ଭାରତୀୟ ଯବାନଙ୍କୁ ନାଲି ଆଖି ଦେଖାଇଥିଲେ। ଏହାର ଜବାବରେ ଭାରତୀୟ ସେନା ପକ୍ଷରୁ ପାଲଟା ଆକ୍ରମଣ କରାଯାଇଥିଲା। ଏହା ଯୋଗୁ ଦୁଇଦେଶ ମଧ୍ୟରେ ଯୁଦ୍ଧ ହୋଇଥିଲା। ଗଲଓ୍ବାଂ ନଦୀଠାରେ ଥିବା ଏହି ଘାଟିର ବିବାଦୀୟ ଅଞ୍ଚଳରେ ଚାଇନା ସୈନ୍ୟ ସବୁବେଳେ ଟେଣ୍ଟ୍‌ ଟାଣି ଭାରତୀୟ ଯବାନଙ୍କୁ ଉସୁକାଇବା କାର୍ଯ୍ୟ କରିଥାନ୍ତି। ସୋମବାର ରାତିରେ ସେଭଳି ଘଟଣା ଚାଇନା ସୈନ୍ୟ ଘଟାଇଥିବା କୁହାଯାଉଛି।

Share