ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ଏମ୍.ଏସ. ଧୋନୀ ଏବେ ଆମେରିକାରେ ଛୁଟି କଟାଉଛନ୍ତି। ଟେରିଟୋରିଆଲ ଆର୍ମିରେ ତାଲିମ୍ ନେବା ପରେ ଧୋନୀ ସାଥୀ ଖେଳାଳି କେଦାର ଯାଦବଙ୍କ ସହ ଆମେରିକା ଯାଇଛନ୍ତି। ସେଠାରେ ସେ ନିଜ ବନ୍ଧୁଙ୍କ ସହ ଗଲ୍ଫ ଖେଳିବାରେ ବ୍ୟସ୍ତ ଅଛନ୍ତି ମାହି। କେଦାର ନିଜ ଇନଷ୍ଟାଗ୍ରାମରେ ଏହାର ଏକ ଫଟୋ ଛାଡିଛନ୍ତି। ସୂଚନାଯୋଗ୍ୟ, ବିଶ୍ୱକପ୍ ପରେ ଧୋନୀ କ୍ରିକେଟରୁ କିଛିଦିନ ଦୂରେଇ ରବିବାର ନିଷ୍ପତ୍ତିି। ଏହି କାରଣରୁ ଓ୍ବେଷ୍ଟଇଣ୍ଡିଜ୍ ଗସ୍ତରେ ତାଙ୍କୁ ନିଆଯାଇ ନ ଥିଲା। ଗୁରୁବାର ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟି-୨୦ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ଏଥିରେ ମଧ୍ୟ ଧୋନୀଙ୍କ ନାଁ ନାହିଁ।