Categories: ଖେଳ

ଗଲ୍ଫ ଟୁର ଚାମ୍ପିୟନଶନିପ୍‌: ବଜ୍ରପାତରେ ୬ ପ୍ରଶଂସକ ଆହତ

ଆଟଲାଣ୍ଟା, ୨୫।୮: ଏଠାରେ ଚାଲିଥିବା ଗଲ୍ଫ ଟୁର ଚାମ୍ପିୟନଶିପ୍‌ ଅବସରରେ ଏକ ଅଘଟଣ ଘଟିଛି। ଚାମ୍ପିୟନଶିପ୍‌ର ତୃତୀୟ ରାଉଣ୍ଡ ଖେଳ ଅବସରରେ ହଠାତ୍‌ ଗଲ୍ଫ କୋର୍ସରେ ଥିବା ଏକ ଗଛକୁ ବିଜୁଳି ମାରିଥିଲା। ଫଳରେ ନିକଟରେ ଥିବା ୬ଜଣ ଗଲ୍ଫ ପ୍ରଶଂସକ ଆହତ ହୋଇଥିଲେ ବୋଲି ପିଜିଏ ଟୁର ତରଫରୁ କୁହାଯାଇଛି। ଶନିବାର ଅପରାହ୍ନ ୪.୪୫ରେ ଇଷ୍ଟ ଲେକ୍‌ ଗଲ୍ଫ କ୍ଲବ୍‌ସ୍ଥିତ ରେଞ୍ଜ୍‌/୧୫, ଗ୍ରୀନ୍‌/୧୬ଟି ନିକଟରେ ଥିବା ଗଛକୁ ବିଜୁଳି ମାରିଥିଲା। ଆହତ ପ୍ରଶଂସକଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା। ସେମାନେ ଏବେ ବିପଦ ମୁକ୍ତ ବୋଲି କୁହାଯାଇଛି। ଝଡ ତୋଫାନ କାରଣରୁ ତୃତୀୟ ରାଉଣ୍ଡକୁ ସ୍ଥଗିତ ରଖାଯାଇଥିଲା। ଏହାର ଠିକ୍‌ ୨୮ ମିନିଟ ପରେ ବିଜୁଳି ମାରିଥିଲା। ଏହାପରେ ଖେଳକୁ ବାତିଲ କରାଯାଇଥିଲା। ରବିବାର ସକାଳ ୮ଟାରେ ଖେଳ ଆରମ୍ଭ କରାଯାଇଥିଲା। ରବିବାର ଏହି ଚାମ୍ପିୟନଶିପ୍‌ର ବିଜେତାଙ୍କୁ ୧୫ ମିଲିୟନ ଆମେରିକୀୟ ଡଲାର ପୁରସ୍କାର ପ୍ରଦାନ କରାଯିବ।
୧୯୯୧ରେ ମଧ୍ୟ ଏଭଳି ଏକ ଅଭାବନୀୟ ଘଟଣା ଘଟିଥିଲା। ଆମେରିକାର ମିନେସୋଟାର ହେଜେଲଟାଇନ୍‌ ଅନୁଷ୍ଠିତ ୟୁଏସ୍‌ ଓପନ୍‌ ଗଲ୍ଫ ଚାମ୍ପିୟନଶିପ୍‌ ଅବସରରେ ବିଜୁଳି ମାରିଥିଲା। ଗଛ ତଳେ ଆଶ୍ରୟ ନେଇଥିବା ପ୍ରଶଂସକଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିଲା ଓ ଆଉ ୫ଜଣ ଆହତ ହୋଇଥିଲେ।

Share