ବସ୍ତା,୨୮।୭ (ସ୍ବ.ପ୍ର): ବାଲେଶ୍ୱର ଜିଲା ବସ୍ତା ଥାନା ଅନ୍ତର୍ଗତ ହଳଦୀପାଳ ବଜାରରେ ଥିବା ଇଣ୍ଡିକ୍ୟାଶ ଏଟିଏମ୍ ଓ ଏକ ଗହଣା ଦୋକାନରୁ ଶନିବାର ବିଳମ୍ବିତ ରାତିରେ ଲୁଟ୍ ହୋଇଛି। କେହି ଦୁର୍ବୃତ୍ତ ଗ୍ୟାସ୍ କଟର ସାହାଯ୍ୟରେ ଦୋକାନ ତାଲା ଓ ଏଟିଏମ୍ ଶଟର କାଟିଥିଲେ ମଧ୍ୟ ଲୋକେ ପହଞ୍ଚିଯିବାରୁ ଏଟିଏମ୍ରୁ ଲୁଟ କରିବାରେ ବିଫଳ ହୋଇଥିବା ଜଣାପଡ଼ିଛି। ଏ ନେଇ ରବିବାର ଗହଣା ଦୋକାନ ମାଲିକ ହେମନ୍ତ କାମିଳା ୫ଶହ ଗ୍ରାମ ସୁନା ଓ ୧୫ କିଲୋ ରୁପା ଅଳଙ୍କାର ଚୋରି ହୋଇଥିବା ଥାନାରେ ଅଭିଯୋଗ କରିବା ପରେ ପୋଲିସ ସନ୍ଧାନୀ କୁକୁର ସହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି।
ସୂଚନାନୁଯାୟୀ, ଗତ ୧୧ ତାରିଖରେ ଶ୍ରୀରାମପୁର ଷ୍ଟେଟବ୍ୟାଙ୍କ ଡକାୟତି ହୋଇଥିଲା।