ଗହୀରମଥାରୁ ୨ ଟ୍ରଲର ଜବତ, ୨୨ ମତ୍ସ୍ୟଜୀବୀ କୋର୍ଟ ଚାଲାଣ

ରାଜନଗର,୨୨।୧୨(ଡି.ଏନ୍‌.ଏ.) : କେନ୍ଦ୍ରାପଡ଼ା ଜିଲା ରାଜନଗର ଗହୀରମଥା ସାମୁଦ୍ରିକ ନିଷିଦ୍ଧାଞ୍ଚଳରେ ରବିବାର ବେଆଇନ ଭାବରେ ମାଛ ଧରୁଥିବା ଦୁଇଟି ଟ୍ରଲରକୁ ରାଜନଗର ବନବିଭାଗ ଜବତ କରିଛି। ଏଥିରେ ଥିବା ୨୨ ଜଣ ମତ୍ସ୍ୟଜୀବୀଙ୍କୁ ଗିରଫ କରାଯାଇଛି। ୧୯୭୨ ବନ୍ୟପ୍ରାଣୀ ଆଇନ ଧାରା ୧୯, ୨୯ରେ ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଛି। ରାଜନଗର ରେଞ୍ଜ ଅଫିସର ଦେବାଶିଷ ଭୋଇଙ୍କ ନେତୃତ୍ୱରେ ଏକ ପାଟ୍ରୋଲିଂ ଟିମ୍‌ ନିଷିଦ୍ଧାଞ୍ଚଳରେ ଅଲିଭ୍‌ ରିଡ୍‌ଲେଙ୍କ ସୁରକ୍ଷା ପାଇଁ ପଇଁତରା ମାରୁଥିବା ସମୟରେ ବାଲେଶ୍ୱର ଜିଲାର ୨ଟି ଟ୍ରଲର ଜବତ କରିବା ସହ ୨୨ ଜଣ ମତ୍ସ୍ୟଜୀବୀଙ୍କୁ ଗିରଫ କରିଛନ୍ତି।

Share