ଗାଁକୁ ବାହାର ଲୋକଙ୍କ ପ୍ରବେଶ ନିଷେଧ

ଧମା, ୨୮।୩ (ଡି.ଏନ.ଏ.):କରୋନା ମୁକାବିଲା ପାଇଁ ଦେଶ ଓ ରାଜ୍ୟରେ ଲକ୍‌ ଡାଉନ ସାଙ୍ଗକୁ ସଚେତନତା ଆରମ୍ଭ କରାଯାଇଛି। ଏହିକ୍ରମରେ ମାନେଶ୍ୱର ବ୍ଲକ୍‌ ଡକରା ପଞ୍ଚାୟତର ଭୃଙ୍ଗାପାଲି ଗ୍ରାମବାସୀ ନିଜେ ସଚେତନ ହୋଇ ଗ୍ରାମରେ ବାହାର ଲୋକଙ୍କ ପ୍ରବେଶ ନିଷେଧ କରିଛନ୍ତି । ଅନ୍ୟ ଗ୍ରାମରୁ ଆସିଥିବା କୌଣସି ଲୋକ ତାଙ୍କ ଗ୍ରାମକୁ ଯେପରି ପଶି ନ ପାରନ୍ତି ସେଥିପାଇଁ ଗ୍ରାମର ମୁଖ୍ୟ ରାସ୍ତାକୁ ବନ୍ଦ କରି ଦେଇଛନ୍ତି । କରୋନା ଭାଇରସର ଭୟାବହତାକୁ ଆଖିରେ ରଖି ଏହି ପଦକ୍ଷେପ ନିଆଯାଇଥିବା ଗ୍ରାମବାସୀ କହିଛନ୍ତି ।

Share