ଗାଁକୁ ସାନିଟାଇଜ କଲେ ଯୁବଗୋଷ୍ଠୀ

ଆରଡ଼ି,୫।୪(ଡି. ଏନ.ଏ.): କରୋନା ମୁକାବିଲା ଲାଗି ଯୁବଗୋଷ୍ଠୀ ଆଗେଇ ଆସିଛନ୍ତି। ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଓଳଗ ପଞ୍ଚାୟତ ଅଧୀନ ଷାଠିବାଙ୍କୁଡା ଗ୍ରାମର କେତେକ ଯୁବକ ରବିବାର ନିଜ ଗାଁକୁ ସାନିଟାଇଜ କରିଛନ୍ତି। ସେମାନେ ନିଜ ଖର୍ଚ୍ଚରେ ସାନିଟାଇଜ କିଣି ଗାଁ ସାରା ସ୍ପ୍ରେ କରିଥିଲେ। କରୋନାକୁ ରୋକିବା ଲାଗି ଯୁବଗୋଷ୍ଠୀଙ୍କ ଏତାଦୃଶ କାର୍ଯ୍ୟକୁ ଗ୍ରାମବାସୀ ପ୍ରଶଂସା କରିଛନ୍ତି।