ବିଜେପୁର, ୬।୩ (ଡି.ଏନ୍.ଏ.)- ସମିଆର ଛାଁଚେ ପଡି ସମାଜର ଚାଲିଚଲନ୍ ରିତି ରିକମା ବଦଲିଗଲାନ। ଯେନ୍ଥିର ଲାଗି ଚଲିତ ସମିଆରେ ସବୁକିଛି ଡିଜିଟାଲ ହେଇ ବସଲାନ। ହେଲେ ଦିନ୍ଥିଲା ମୁନୁଷର କାମକବାର, ମନତନ୍ ଅଲଗ୍ ଥିଲା। ଇ ଆଧୁନିକ ଯୁଗେ ଲୋକ୍ ବିନା ପଏସାପତରରେ ହାଟ୍ କରି ଯାଉଛନ୍। ଡିଜିଟାଲ ପେମେଣ୍ଟ କରୁଛନ୍। ଏନ୍ତା କି ଲୋକ୍ ଗୁଟେ ଜାଗାରେ କେନ୍ଥେଇ ସବୁ ଜିନିଷ ପାଇପାରବେ ସେଟାକେ ଦେଖୁଛନ୍। ସେନ୍ତା ଆଘକାଲେ ଗାଁଗଁଲିରେ ଖେଜାବୁଜା କୁଚନି ପସରାମାନ ଗୁଟେ ଡିଜିଟାଲ ବେବସ୍ତା ଲେଖେଁ ଲୁକ୍କୁ ସୁବିଧା ଯୁଗଉଥିଲା। ଅଏଜ୍ ବି ଅନେକ ଗାଁଗଁଡ଼ାଥି ଖେଜାବୁଜା କୁଚନି ପସରା ଦେଖ୍ବାକେ ମିଲୁଛେ। ଛୋଟମୋଟ ଦୁକାନୀକେ ଗଁାଗଁଲିଥି କୁଚନି କୁହାଯାଏସି। ଇଠାନେ କୁଚନି ଆଲୁ, ସାରୁ, ପଲଘଁଟା, ଶୁଖୁଆନୁ ମୂଲ କିରି ଭାଂଗ, ବିଡ଼ି ହରେକ୍ ରକମର ପସରା ମେଲେଇଥିସି। ଇନେ ପଏସା କଉଡନୁ ଖେଜାବୁଜା ବଦଲାବାର କାରବାରଟା ଜହଁ ହେସି। ଖେଜାବୁଜା ବଏଲେ ଲୋକ ନିଜର କମାଲା ଧାନଚାଉଳ, ମୁଗବିର୍ହି ବଦଲା ନିଜର ମନଚାହି ଜିନିଷ୍ କୁଚନି ଠାନୁ ଘିନ୍ବାରଟାକେ ବୁଝାସି। କିଏ ଗିନା ତାସ୍ଗିଁଥି ଆର କିଏ ଭୁଗଲି ଟୁପଲିଥି ଧାନଚାଉଳ ଧରି କୁଚନି ପସରାକେ ଆଏସନ। ଗରାଖ ଆନିଥିବାର୍ ଜିନିଷକେ ଉଜନ କରି କୁଚନି ବଜାରର ଦରଦାମ୍ ହିସାବେ ଗରାଖର ମନ ଚାହି ଜିନିଷପତର ତଉଲି କରି ଦେସି। ସମିଆକେ ସମିଆ ଲୁକ୍କଁର ଖେଜାବୁଜା ସାମାନ ବଦଲାବାରଟା ବି ବଦିଲସି। ଚାର, ମହୁଲ, ଟୋଲ ସମିଆକେ ଗରାଖ ସିଧାସଲଖ ଇଟାକେ କୁଚନିକେ ଦେଇ ନିଜର ମନଚାହି ଜିନିଷ ଆନିଥିସି। ଖେଜାବୁଜାନୁ ପାଇଥିବାର ଧାନଚାଉଳ, ଚାରମହୁଲକେ ଠୁଲେଇ କୁଚନି ସାହୁକାର ଠାନେ ନପେଇ ଦେସି। ଇ ରିକ୍ମାକେ ଦେଖ୍ଲେ ଇତିହାସ ଯୁଗର୍ କଥା ସୋରପଡସି। ସେ ସମିଆରେ ଲୁକକର ହାତେପନ୍ତେ ପଏସାକଉଡ ନାଇଁଥାଇ। ଯେନ୍ଥିର୍ ଲାଗି ଲୋକ ନିଜର ଜିନିଷ ଦେଇ ଆଉ ଗୁଟେ ଜିନିଷ ଘିନୁଥିଲେ। ଠିକ୍ ସେନ୍ତା ଇ ଆଧୁନିକ୍ ଯୁଗେ ବି ସିଧାସଲଖ ପଏସା ପତରର ଦେନଲେନଟା କମି ବସଲାନ। ସବୁ ଡିଜିଟାଲ ଲେନ୍ଦେନ ହେଇ ବସଲାନ। ଏନ୍ତା କି ଲୋକ ଘରେ ବସି ନିଜର ମନଚାହି ଜିନିଷ ମଗାବାର୍ ତରିକା ମୂଲ ହେଲାନ। ଭେଁଡିଆ ଚାଷୀ ସୁଶାନ୍ତ ପୁଟେଲକୁ ପଚରାଲାରୁ ଗଁାଗଁଲିଥି ଖେଜାବୁଜା ବଦଲା କାମ ଚାଲିଛେ। କଁାକରି ବଏଲେ ଚାଷୀର ହାତେପନ୍ତେ ସବୁବେଲେ ପଏସା ନାଇଁଥାଏ। କମାଲା ଧାନ, ମୁଗ, ବିରି, ଚାର, ମହୁଲ, ଟୋଲକେ ଛୋଟ ଚାଷୀ ଭାଇ ଗଁାର କୁଚନି ପସରାଥି ଖେଜାବୁଜା ଦେଇ ତୁନଶାଖ୍, ମିକ୍ଚର, ବିସକୁଟ ଘିନୁଛନ୍। ସେନ୍ତା କୁଚନି ପସରାବାଲି ହେମକାନ୍ତି ଡନସନାକୁଁ ପଚରାଲାରୁ ମହରଗର ଦୁନିଅଁାଥି ଦିନୁ ଦିନକେ ଦରଦାମ ବଢ଼ୁଛେ। ହେ କଁଟେ ଆର୍ ଆଘୋର ମିତାର୍ ଲାଭ୍ ନାଇଁ ମିଲ୍ବାର। ବାପଅଜା ଅମଲର ବୁର୍ତିକେ ବଁଚେଇ ରଖ୍ବାର ସାର୍ ହେଇଛେ ବଲି ସେ କହିଥିଲେ।