ଗାଁବାସୀକୁ ସମସିଆ ପଚାରି ବୁଝ୍‌ଲେ ବିଡିଓ

ଅତାବିରା, ୧୭।୭ (ଡି.ଏନ୍‌.ଏ): ବରଗଡ଼ ଜିଲା ଭେଡ଼େନ ବ୍ଲକ ଦେଶଭଟିଲି ପଁଚେତ୍‌ର ଭିନେ ଭିନେ ଗଁାର ସମସିଆ ବାବ୍‌ଦେ ଧରିତ୍ରୀ ସମ୍ବଲପୁର ସଂସ୍କରଣରେ ଲାଗ୍‌ ଲାଗ୍‌ ଖବର ବାହାରିଥିଲା। ଖବର ବାହାରଲାରୁ ଭେଡ଼େନ ବିଡିଓ ମୂରଲୀଧର ନାୟକ ନିଜେ ପଁଚେତ୍‌ର ଭିନେ ଭିନେ ଗଁାକେ ଯାଇ, ଲୁକ୍‌କୁ ଭେଟି ସମସିଆ ବାବ୍‌ଦେ ପଚାରି ବୁଝିଛନ୍‌। ବିଡିଓ ନାୟକ ଦେଶଭଟିଲି, ଦେଶପଥର୍ଲା, ସାଲନା, ଉଦେପୁର ଗଁାକେ ଚଲତି ମାସ ପରିଦରଶନରେ ଆସିଥିଲେ। ସେନ୍‌ତା ଗଲା ମଙ୍ଗଲବାର ବିଡିଓ ଉଦେପୁର ଗଁାକେ ଆସି ଲୁକ୍‌କୁ ଭେଟି ତାକର ଦୁଖ୍‌ଦୁରଦଶା ଦେଖବାର ସଂଗେ ସମସିଆ ସବୁକେ ରେକର୍ଡ କରି ଫିରିଛନ୍‌। ଗଲା ଜୁନ୍‌ ୨୮ ତାରିଖ ଧରିତ୍ରୀ ସମ୍ବଲପୁର ସଂସ୍କରଣରେ ‘ତାତିରେ ସିଝ୍‌ଲେ, ବରଷାରେ ଭିଜ୍‌ବେ’, ‘ତାରପଲିନ୍‌ ତଲେ ବୁଢ଼ାବୁଢ଼ି, ପରହର ଘରେ ପୁଓବହ’ ଶୀରଷକ୍‌ରେ ଖବର ବାହାରିଥିଲା। ଇତାର ପରେ ବିଡିଓ ନାୟକ ଉଦେପୁର ଗଁାର ଶାନ୍ତି ସେଟ ଆର କୃଷ୍ଣ ବନଛୁରକଁର ପରିବାରକେ ଭେଟି ଆବାସ ଯୋଜନାରେ ସାମିଲ କରବାର ଲାଗି କଥା ଦେଇଛନ୍‌। ଇତାର ବାହାରେ ଗଁାରେ ଭତା ଯୋଜନାରୁ ବାଦ୍‌ ପଡ଼ିଥିବାର ବିଧବା, ବୁଢ଼ାବୁଢ଼ି, ଦିବ୍ୟାଙ୍ଗମାନେ ଦରକାରୀ କାଗଜପତର ଦାଖଲ କଲେ ସେମାନକୁ ଭତା ଯୋଜନାରେ ସାମିଲ କରବାର ବେବସ୍‌ତା କରାଯିବା ବଲି ବିଡିଓ ଗଁାବାସୀକୁ କହିଥିଲେ। ବିଡିଓକଁର ସହଯୋଗ ମନ୍‌ଭାବକେ ଗଁାବାସୀ ବଡ଼ଭାରି ପରଶଁସା କରିଛନ୍‌।

Share